Live Live
LIVE

ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ୁନି କି କମୁନି, ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ମାମଲା ହ୍ରାସ

NEWS7
mdm-rice-hadap-at-salepur

ଭୁବନେଶ୍ବର ୯।୩: ରାଜ୍ୟରେ ଗତ ୧୮ ମାସ ମଧ୍ୟରେ ମହିଳା ମାନଙ୍କ ବିରୁଦ୍ଧରେ ଘଟିଥିବା ହିଂସା ଜନିତ ମାମଲା ସଂଖ୍ୟା ୪୮ ହଜାର ୭୮୯ ରହିଛି । ସେହିଭଳି ତା ପୂର୍ବ ୧୮ ମାସରେ ମହିଳା ବିରୋଧୀ ହିଂସାର ମାମଲା ୪୮ ହଜାର ୭୮୭ ରହିଥିଲା । ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର ରହିଛି । ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏ ଖବର ବି ପଢ଼ନ୍ତୁ:- କଣ୍ଟେନର ସହ ଧକ୍କା ହୋଇ ପସିଗଲା ବାଇକ୍, ଜଳିଗଲା ଉଭୟ ଗାଡ଼ି : ୩ ଆରୋହୀଙ୍କ ମୃତ୍ୟୁ

ସେହିଭଳି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଜାନୁଆରୀ ୨୦୨୩ ମସିହାରୁ ଜୁନ୍ ୨୦୨୪ ପର୍ଯ୍ୟନ୍ତ ୪ ହଜାର ୯୫୩ଟି ଦଳିତ ଓ ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର ଜନିତ ମାମଲା ପଞ୍ଜିକୃତ ହୋଇଥିବା ବେଳେ ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଉକ୍ତ ମାମଲା ହ୍ରାସ ପାଇ ୪ ହଜାର ୮୬୮ରେ ସୀମିତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।

ଏ ଖବର ବି ପଢ଼ନ୍ତୁ:-ଓଡ଼ିଶା ଲୋକସେବା ଭବନରେ ଖାଲି ପଡିଛି ବିଭିନ୍ନ ପଦବୀ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର

ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ସତ୍ୟ କି, ଯଦି ହଁ, ଏହାର କାରଣ କ’ଣ ଏବଂ ସରକାର ଏହା ଉପରେ କ’ଣ ପଦକ୍ଷେପ ନେଇଛନ୍ତି ?