ସେନ୍‌ସେକ୍ସର ଶୀର୍ଷ ୧୦ କମ୍ପାନି ମଧ୍ୟରୁ ୭ର ମାର୍କେଟ୍ କ୍ୟାପ୍ ବଢିଛି ୨.୧୦ ଲକ୍ଷ କୋଟି, RIL ଓ TCSକୁ ସବୁଠୁ ଅଧିକ ଲାଭ

Published By : Prameya-News7 Bureau | March 09, 2025 IST

ନୂଆଦିଲ୍ଲୀ: ସେନସେକ୍ସର ଶୀର୍ଷ ୧୦ ସବୁଠୁ ମୂଲ୍ୟବାନ କମ୍ପାନି ମଧ୍ୟରୁ ୭ର ମାର୍କେଟ୍ କ୍ୟାପ୍ (ବଜାର ପୁଞ୍ଜି) ଗତ ସପ୍ତାହରେ ମୋଟ ଉପରେ ୨,୧୦,୨୫୪.୯୬ କୋଟି ଟଙ୍କା ବୃଦ୍ଧି ପାଇଛି । ସବୁଠୁ ଅଧିକ ଲାଭ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଟିସିଏସକୁ ହୋଇଛି । ଗତ ସପ୍ତାହରେ ବିଏସ୍‌ଇର ୩୦ ସେୟାର ବିଶିଷ୍ଟ ସେନ୍‌ସେକ୍ସ ୧୧୩୪.୪୮ ଅଙ୍କ ବା ୧.୫୫ ପ୍ରତିଶତ ବଢିଛି । ସେହିପରି ନିଫ୍ଟି ୪୨୭.୮ ଅଙ୍କ ବା ୧.୯୩ ପ୍ରତିଶତ ବଢିଛି । ସପ୍ତାହରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାର୍କେଟ୍ କ୍ୟାପ୍ ୬୬,୯୮୫.୨୫ କୋଟି ଟଙ୍କା ବଢି ୧୬,୯୦,୩୨୮.୭୦ କୋଟି ଟଙ୍କା ହୋଇଛି ।

ଟାଟା କନ୍‌ସଲ୍‌ଟେନ୍ସି ସର୍ଭିସେସର ମାର୍କେଟ୍ କ୍ୟାପ୍ ୪୬,୦୯୪.୪୪ କୋଟି ଟଙ୍କା ବଢି ୧୩,୦୬,୫୯୯.୯୫ କୋଟି ଟଙ୍କା, ଏସବିଆଇର ୩୯,୭୧୪.୫୬ କୋଟି ଟଙ୍କା ବଢି ୬,୫୩,୯୫୧.୫୩ କୋଟି ଟଙ୍କା ହୋଇଛି । ଭାରତୀ ଏୟାରଟେଲ୍‌ର ୩୫,୨୭୬.୩ କୋଟି ଟଙ୍କା ବଢି ୯,୩୦,୨୬୯.୯୭ କୋଟି ଟଙ୍କା, ଆଇଟିସିର ୧୧,୪୨୫.୭୭ କୋଟି ଟଙ୍କା ବଢି ୫,୦୫,୨୯୩.୩୪ କୋଟି ଟଙ୍କା ହୋଇଛି । ଆଇସିଆଇସିଆଇ ବ୍ୟାଙ୍କର ୭,୯୩୯.୧୩ କୋଟି ଟଙ୍କା ବଢି ୮,୫୭,୭୪୩.୦୩ କୋଟି ଓ ହିନ୍ଦୁସ୍ତାନ ୟୁନିଲିଭରର ମାର୍କେଟ୍ କ୍ୟାପ୍ ୨୮୧୯.୫୧ କୋଟି ଟଙ୍କା ବଢି ୫,୧୭,୮୦୨.୯୨ କୋଟି ଟଙ୍କା ହୋଇଛି ।

ତିନି କମ୍ପାନିକୁ ହୋଇଛି କ୍ଷତି

ଅନ୍ୟପଟେ ଏଚ୍‌ଡିଏଫସି ବ୍ୟାଙ୍କର ମାର୍କେଟ୍ କ୍ୟାପ୍ ୩୧,୮୩୨.୯୨ କୋଟି ଟଙ୍କା ହ୍ରାସ ପାଇ ୧୨,୯୨,୫୭୮.୩୯ କୋଟି ଟଙ୍କା ହୋଇଛି । ବଜାଜ ଫାଇନାନ୍ସର ମାର୍କେଟ୍ କ୍ୟାପ୍ ୮,୫୩୫.୭୪ କୋଟି ଟଙ୍କା କମ ହୋଇ ୫,୫୦,୯୮୧.୨୫ କୋଟି ଟଙ୍କା ଓ ଇନଫୋସିସର ମାର୍କେଟ୍ କ୍ୟାପ୍ ୯୫୫.୧୨ କୋଟି ହ୍ରାସ ପାଇ ୭,୦୦.୦୪୭.୧୦ କୋଟି ଟଙ୍କା ହୋଇଛି ।

ସେନ୍‌ସେକ୍ସର ଶୀର୍ଷ ୧୦ କମ୍ପାନି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପ୍ରଥମ ସ୍ଥାନରେ ରହିଛି । ଏହାପରେ ଯଥକ୍ରମେ: ଟିସିଏସ୍, ଏଚଡିଏଫସି ବ୍ୟାଙ୍କ, ଭାରତୀ ଏୟାରଟେଲ୍, ଆଇସିଆଇସିଆଇ ବ୍ୟାଙ୍କ, ଇନଫୋସିସ୍, ଏସବିଆଇ, ବଜାଜ ଫାଇନାନ୍ସ, ହିନ୍ଦୁସ୍ତାନ ୟୁନିଲିଭର ଓ ଆଇଟିସି ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.