ଝାଡ଼ାବାନ୍ତି ବ୍ୟାପିବା ପରେ ନୀଳମାଧବ ନିବାସ ପରିଦର୍ଶନ କଲେ ମେୟର, ସେପଟେ ପାଣି ଟାଙ୍କି ସଫେଇ କାମ ହାତକୁ ନେଇଛି ବିଏମ୍‌ସି

Published By : Prameya-News7 Bureau | April 16, 2025 IST

ଭୁବନେଶ୍ବର : ଭୁବନେଶ୍ବର ୧୩ ନଂ ଓ୍ବାର୍ଡ ନୀଳମାଧବ ନିବାସରେ ଝାଡ଼ାବାନ୍ତି ବ୍ୟାପିବା ପରେ ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ । ବିଭିନ୍ନ ଆକ୍ରାନ୍ତଙ୍କ ଠାରୁ ମଳ ସାମ୍ପଲ ସଂଗ୍ରହ କଲା ସ୍ୱାସ୍ଥ୍ୟ  ବିଭାଗ । ଅତିରିକ୍ତ ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନୀଳମଣି ସେନାପତି ଚନ୍ଦ୍ରଶେଖରପୁର ମେଡିକାଲ ଅଫିସରେ ପହଞ୍ଚିଛନ୍ତି । ଏହାସହ ମେୟର ସୁଲୋଚନା ଦାସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । 

ମେୟର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୧୬୨ ଜଣ ଆକ୍ରାନ୍ତ ହୋଇଛନ୍ତି । ବୁଧବାର ୧୨ଜଣଙ୍କ ଚିକିତ୍ସା କରାଯାଇଛି । ପାନୀୟ ଜଳ ଯୋଗାଣ କରାଯାଉଛି । ପାଣି ପମ୍ପ ପରିଚାଳନା ଦାୟିତ୍ଵ ନିର୍ମାଣକାରୀଙ୍କ କାମ । ସର୍ଭେଲାନ୍ସ ଚାଲିଛି, ମଳ ନମୁନା ସଂଗ୍ରହ କରାଯାଇଛି ବୋଲି ମେୟର କହିଛନ୍ତି । ତେବେ ମେୟର ପରିଦର୍ଶନ କରିବା ବେଳେ ସ୍ଥାନୀୟ ଲୋକେ ମେୟରଙ୍କୁ ଘେରିଥିଲେ । ପରିମଳ ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ପରିମଳ ପରିଚାଳନା ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ରାଜଧାନୀରେ ଝାଡ଼ାବାନ୍ତି ବାନ୍ତି ବ୍ୟାପିବା ପରେ ଚେତିଲେ ପ୍ରଶାସନ । ଭୁବନେଶ୍ୱର ଓ୍ବାର୍ଡ ୧୩ ଅନ୍ତର୍ଗତ ନୀଳମାଧବ ନିବାସରେ ଶତାଧିକ ଲୋକ ଆକ୍ରାନ୍ତ ହେବା ପରେ ପାଣି   ଟାଙ୍କି ସଫେଇ କାମ ହାତକୁ ନେଇଛି ବିଏମ୍‌ସି । ଏହାସହ ମୁତୟନ ଅଛନ୍ତି ସ୍ୱାସ୍ଥ୍ୟ ଟିମ୍ । ପାଣିର ନମୁନା ପରୀକ୍ଷଣ ଚାଲିଛି । କିଛି ଆକ୍ରାନ୍ତ ନୀଳାଦ୍ରି ବିହାର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଆଉ କିଛି ଆକ୍ରାନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ପାଣି ସମ୍ପରୁ ଅପମିଶ୍ରିତ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପାଣି ସମ୍ପ ଭିତରେ କାଦୁଆ, ସିମେଣ୍ଟ ଅଖା, କାଠ ବଲ୍‌ହା ବାହାରୁଥିବା ଲୋକେ ଅଭିଯୋଗ କରିଥିଲେ । ଯାହା ଫଳରେ ବହୁଦିନ ଧରି ସ୍ଥାନୀୟ ବାସିନ୍ଦା ଅପମିଶ୍ରଣ ପାଣି ପିଇ ଝାଡାବାନ୍ତି ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଘଟଣାସ୍ଥଳରେ ସ୍ୱାସ୍ଥ୍ୟ ବିଭାଗର ଭ୍ରାମ୍ୟମାଣ ଟିମ୍ ପହଞ୍ଚି ଚିକିତ୍ସା କରିବା ସହ ଆକ୍ରାନ୍ତଙ୍କୁ  ଔଷଧ ଦେବା ସହ ମେଡିକାଲ ପଠାଇଥିଲା । ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ଅନୁଧ୍ୟାନ ଜାରି ରଖିଛି ।   

You Can Read:

ସ୍ବାମୀଙ୍କ ଅଭିଯୋଗ ପରେ ଗୁମର ଖୋଲିଲେ ସୋନାଲି ପଣ୍ଡା : କହିଲେ- ‘ମୋର ମୋ ସ୍ବାମୀଙ୍କ ସହ କୌଣସି ସମ୍ପର୍କ ନାହିଁ, ସେ ଅନ୍ୟ ଝିଅକୁ ବିବାହ କରିଛନ୍ତି’

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.