LIVE TV
LIVE TV

୩୫ ବର୍ଷ ପରେ ଧରା ପଡିଲା ୟାସିନର ସହଯୋଗୀ, ପୂର୍ବତନ ଗୃହମନ୍ତ୍ରୀଙ୍କ ଝିଅଙ୍କୁ କରିଥିଲା ଅପହରଣ

NEWS7
matric-exam-admit-card-is-now-available-exam-from-february-21

ନୂଆଦିଲ୍ଲୀ, ୦୨ /୧୨: ୩୫ ବର୍ଷ ପରେ ଧରା ପଡିଲା ଅପହରଣକାରୀ । ପୂର୍ବତନ ଗୃହମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ରବୟା ସୟିଦଙ୍କୁ ଅପହରଣ ମାମଲାରେ ସିବିଆଇ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ସନ୍ଦିଗ୍ଧଜଣଙ୍କ ଜେକେଏଲଏଫ ମୁଖ୍ୟ ୟାସିନ ମଲ୍ଲିକର ଇଶାରାରେ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ୟାସିନର ସମ୍ପୃକ୍ତି ମାମଲା ମଧ୍ୟ ବିଚାରାଧିନ ରହିଛି ।

ରିପୋର୍ଟ ଅନୁସାରେ, ଗିରଫ ହୋଇଥିବା ସନ୍ଦିଗ୍ଧ ଅପହର୍ତ୍ତା ହେଲା ଶଫାତ୍ ଅହମ୍ମଦ ସାଙ୍ଗଲୁ । ଘଟଣା ପରେ ସେ ଫେରାର ଥିଲା । ତା ମୁଣ୍ଡ ଉପରେ ପୋଲିସ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଶଫାତ୍ ୟାସିନ ମଲ୍ଲିକ ସହ ମିଶି ଘଟଣା ଭିଆଇଥିବା ଅଭିଯୋଗ ହୁଏ । ଯାହାର ତଦନ୍ତ ସିବିଆଇ କରୁଛି ।

ସେହି ସମୟରେ ରବୟାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା । ୨୦୨୨ରେ ସେ ୟାସିନଙ୍କୁ ଅପହରଣକାରୀ ଭାବେ ଚିହ୍ନିଥିଲେ । ୧୯୮୯ ମସିହାରେ ଘଟିଥିବା ଘଟଣା ତଦନ୍ତ ୧୯୯୦ରେ ସିବିଆଇ ହାତକୁ ଗଲା ପରେ ଶଫାତ୍ ଫେରାର ହୋଇଯାଇଥିଲା ।

ଏମିତି ଥିଲା ଘଟଣା

୧୯୮୯ ମସିହା ଡିସେମ୍ବର ୮ ତାରିଖରେ ମେଡିକାଲ ଇଣ୍ଟର୍ଣ୍ଣ ଭାବେ କାମ କରୁଥିବା ରବୟା ଲାଲ୍ ଡେଡ୍ ହସ୍ପିଟାଲରୁ ନିଜ ଘରକୁ ଫେରୁଥିଲେ । କିନ୍ତୁ ଘର ପାଖରେ ପହଁଚିବା ପୂର୍ବରୁ ତାଙ୍କୁ ଅପହରଣ କରିନିଆଯାଇଥିଲା । ଏଥିରେ ଜେକେଏଲଏଫର ହାତ ଥିବା ସ୍ପଷ୍ଟ ହୋଇଥିଲା । ଆତଙ୍କବାଦୀମାନେ ରବୟାଙ୍କ ମୁକ୍ତି ବଦଳରେ ୫ ସାଥୀଙ୍କୁ ଜେଲରୁ ଖଲାସ କରିବାକୁ ଦାବି ରଖିଥିଲେ । ଘଟଣାର ୬ ଦିନ ପରେ କେନ୍ଦ୍ର ସରକାର ଆତଙ୍କବାଦୀଙ୍କୁ ଖଲାସ କରିଥିଲେ । ଏହାକୁ ସେତେବେଳର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଜୋରଦାର ବିରୋଧ କରିଥିଲେ । ସୂଚନାଯୋଗ୍ୟ, ମୁଫତି ସୟିଦ ହେଉଛନ୍ତି ଦେଶର ପ୍ରଥମ ମୁସଲିମ ଗୃହମନ୍ତ୍ରୀ । ସେ ଭିପି ସିଂ ସରକାରରେ ମନ୍ତ୍ରୀ ଥିଲେ ।