ଭୁବନେଶ୍ବର ୪।୬: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ଅଞ୍ଚଳରୁ ୫ ଟନ୍ ବିସ୍ଫୋରକ ଲୁଟ୍ ହୋଇଥିଲା । ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ଡିଜିପି ସୂଚନା ପ୍ରଦାନ କରିଛନ୍ତି । ବିସ୍ଫୋରକ ଲୁଟ୍ ମାମଲାରେ ମାଓବାଦୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି । ୨୭ ତାରିଖ ରାତିରୁ ଆରମ୍ଭ ହୋଇଥିବା ଅପରେସନ୍ ଜାରି ରହିଛି । ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ଗଠନ ହୋଇଥିବା SIT ଦ୍ବାରା ତଦନ୍ତ ଜାରି ରହିଛି । ଲୁଟ୍ ହୋଇଥିବା ୫ ଟନ୍ ବିସ୍ଫୋରକରୁ ୩.୮ ଟନ୍ ବିସ୍ଫୋରକ ଜବତ ହୋଇଛି ।
ବିସ୍ଫୋରକ ପଠାଗଲା ବେଳେ SOP ଅନୁସରଣ କରାଯାଇ ନଥିଲା । ଅବଶିଷ୍ଟ ବିସ୍ଫୋରକକୁ ଜବତ କରିବା ପାଇଁ ଉଦ୍ୟମ ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ଗତ ମେ’ ୨୭ ତାରିଖରେ କେ.ବଲାଙ୍ଗ ଥାନା ଅଞ୍ଚଳରୁ ୨ ଶହ ପେଟି ଅର୍ଥାତ୍ ପ୍ରାୟ ୪ ଟନ୍ ବିସ୍ଫୋରକ ଲୁଟି ନେଇଥିଲେ ମାଓବାଦୀ । ସୁରକ୍ଷାକର୍ମୀ ମାନେ ସରଣ୍ଡା ଜଙ୍ଗଲରେ କମ୍ବିଂ କରି ମାଟିତଳୁ ପ୍ରାୟ ୭୦ ପ୍ରତିଶତ ବିସ୍ଫୋରକ ଜବତ କରିଥିଲେ । ମଙ୍ଗଳବାର ସରଣ୍ଡା ଜଙ୍ଗଲର ତିରିଲପୋଷରେ ଆହୁରି ଅଢ଼େଇ ଟନ୍ ବିସ୍ଫୋରକ ଜବତ ହୋଇଥିଲା । ରାଉରକେଲାର ଏକ ପେଟ୍ରୋଲ୍ ପମ୍ପ୍ ନିକଟରେ ଏକ ଗାଡ଼ିରୁ ବିସ୍ଫୋରକ ମିଳିଥିଲା ।
You Can Read: