ଓଡ଼ିଶା ମୁହାଁ ମାଓବାଦୀ, ସମ୍ବଲପୁର ଚର୍ମାଲ ଥାନା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସୂଚନା ପରେ କମ୍ବିଂ ଜୋରଦାର

Published By : Prameya-News7 Bureau | June 07, 2025 IST

ସମ୍ବଲପୁର ୭ସମ୍ବଲପୁରରେ ପଶିଲେଣି ମାଓବାଦୀ । ଚର୍ମାଲ ଥାନା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଦେଖା ଦେଇଥିବା ସୂଚନା ମିଳିଛି । ମାଓବାଦୀଙ୍କ ଗତିବିଧି ପରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି । ତେବେ ଅର୍ଦ୍ଧ ସାମରିକ ବାହିନୀ, ଏସ୍‌ଓଜି ଯବାନଙ୍କୁ ନେଇ ଚର୍ମାଲ ଅଞ୍ଚଳରେ ଅପରେସନ ଚାଲିଛି । 

ଛତିଶଗଡରେ ଜୋରଦାର ଅପରେସନ ପରେ ଏବେ ଓଡ଼ିଶା ମୁହାଁ ମାଓବାଦୀ । ଛତିଶଗଡ଼ରେ ମାଓ ବିରୋଧୀ ଅପରେସନ ‘କାଗାର’କୁ ମିଳିଛି ବଡ଼ ସଫଳତା । ଧୀରେ ଧୀରେ ଭୁଶୁଡୁଛି ନକ୍ସଲଙ୍କ ଗଡ଼ । ଛତିଶଗଡ଼ ସୀମାନ୍ତ କେରେଗୁଟ୍ଟା ଜଙ୍ଗଲରେ ନକ୍ସଲ ଦମନ ଅଭିଯାନ ଜୋରଦାର ଚାଲିଥିଲା । ଅନେକ ମାଓବାଦୀ ନିହତ ହୋଇଥିବା ବେଳେ ଅନେକ ମୁଖ୍ୟ ସ୍ରୋତକୁ ଫେରୁଛନ୍ତି । ବିଜାପୁର ଜିଲ୍ଲା କେରେଗୁଟ୍ଟା ପାହାଡ଼ ଉପରେ ସୁରକ୍ଷା ବାହିନୀ ପହଞ୍ଚି ତ୍ରିରଙ୍ଗା ଉଡାଇଥିବା ଦେଖିବାକୁ ମିଳିଥିଲା । 

You Can Read:

ଉଚ୍ଚା ଦର ପାଇଁ ବିକ୍ରି ହୋଇନପାରି ଖତ ଖାଉଛି ରଥ ଉପକରଣ, ଚଳିତ ବର୍ଷ ଆସିଲା ନୂଆ ଏସ୍‌ଓପି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.