LIVE TV

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ, ଚାଷୀଙ୍କ ସମସ୍ୟାର ସମାଧାନ ତୁରନ୍ତ କରାଯାଉ

NEWS7
mao-leader-sabyasachhi-in-mkcg

ଭୁବନେଶ୍ୱର ୦୫।୧୧ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ । ଧାନ ବିକ୍ରି ପଞ୍ଜିକରଣ ତ୍ରୁଟି ନେଇ ପ୍ରଶ୍ନ ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ । ଧାନ ବିକ୍ରି ପଞ୍ଜିକରଣରୁ ବଞ୍ଚିତ ଚାଷୀଙ୍କ ପାଇଁ ତୁରନ୍ତ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ପ୍ରଦୀପ ପୁରୋହିତ ।

ସେ କହିଛନ୍ତି ଯେ, ତାଙ୍କ ଲୋକସଭା କ୍ଷେତ୍ର ବରଗଡ଼ ଓ ଝାରସୁଗୁଡା ଜିଲ୍ଲାର ଧାନ ବିକ୍ରି ପାଇଁ ପାଖାପାଖି ହଜାର ଚାଷୀ ପଞ୍ଜିକରଣ କରି ପାରିନାହାନ୍ତି ତେଣୁ ଏହି ଚାଷୀମାନେ କିପରି ମଣ୍ଡିରେ ଧାନ ବିକି ପାରିବେ । ସେନେଇ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ହାସହ ମୋନ୍ଥା ବାତ୍ୟା ଲାଗି ବରଗଡ଼ ଓ ଝାରସୁଗୁଡା ଜିଲ୍ଲାର ଅନେକ ଚାଷୀଙ୍କ ଅମଳ ଧାନ ନଷ୍ଟ ହୋଇଯାଇଛି ତେଣୁ ତୁରନ୍ତ ସେମାନଙ୍କୁ ଇନପୁଟ ସବସିଡି ପ୍ରଦାନ କରିବାକୁ ଦାବି କରିଛନ୍ତି ଯେତେବେଳେ ବିଜେପି ଓଡ଼ିଶାର ଭାତହାଣ୍ଡି ବରଗଡର ସାଂସଦ ଏପରି ଉଦବେଗ ପ୍ରକାଶ କରିଛନ୍ତି । ତେବେ ଅନ୍ୟ ଜିଲ୍ଲାର ସ୍ଥିତି ସହଜରେ ଅନୁମେୟ