ଆଜି ପଡ଼ିଥାନ୍ତା ହାତଗଣ୍ଠି, ବେଦୀକୁ ଯିବା ପୂର୍ବରୁ ଟେକିନେଲା ପୋଲିସ

NEWS7
mao-camp-busted-in-nuapada-4

ଭୁବନେଶ୍ୱର ୨୫/୦୨: ବାଃ ବାଃରେ ରସିକ ପ୍ରବର । ତାର ପ୍ରେମ ବି ଜବର । ଯେତେ ପ୍ରେମ କଲେ ବି ଛାଡୁନଥିଲା ମନ । ଏମିତିକି ଦୁଷ୍କର୍ମ କରିବାକୁ ବି ପଛାଉନଥିଲା । ସଂଗୀନ ଅଭିଯୋଗ ଆସିବା ପରେ ଯାଇଛି ଜେଲ୍ । ବିବାହ କରିବା ପୂର୍ବରୁ ଫସିଯାଇଛି ବର । ହାତଗଣ୍ଠି ପୂର୍ବରୁ ବର ହାତରେ ପଡିଛି ହାତକଡି । ଗିରଫ ଅଭିଯୁକ୍ତ ସିଦ୍ଧାର୍ଥ ଶଙ୍କର ରଥ । ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ଆସିଛି ସାଂଘାତିକ ଅଭିଯୋଗ ।

also read..

କାମ ସାରି ଘରକୁ ଫେରୁଥିଲେ ୩ ବନ୍ଧୁ, ଅଧା ବାଟରେ ପଡିଗଲେ ଦନ୍ତା ହାବୁଡରେ

ସୂଚନା ଥାଉକି, ଆଜି ସିଦ୍ଧାର୍ଥଙ୍କର ଥିଲା ବାହାଘର । ହେଲେ ସିଦ୍ଧାର୍ଥ ପୂର୍ବରୁ ପୀଡ଼ିତାଙ୍କୁ ଦୁଷ୍କର୍ମ କରି ବିବାହ କରିବାକୁ କହିଥିଲା । କିନ୍ତୁ ବିବାହ ନକରି ଠକି ଦେଇଥିଲା । ପରେ ପୀଡ଼ିତା ଜାଣିବାକୁ ପାଇଥିଲେ ସିଦ୍ଧାର୍ଥର ବାହାଘର ହେଉଛି ବୋଲି । ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ମଙ୍ଗଳବାର ରାତିରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।