ଭୁବନେଶ୍ୱର ୨୮।୦୫: ଆଗାମୀ ପାଞ୍ଚଦିନରେ ଓଡ଼ିଶାରେ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା। ଅନ୍ୟ କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହୁଛି । ଆଗାମୀ ୨୪ ଘଣ୍ଟାରେ ହିଟ ଆଣ୍ଡ ହ୍ୟୁମିଡ ସ୍ଥିତି ରହିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଆର୍ଦ୍ରତା ବହୁତ ଅଛି, ତାପମାତ୍ରା ମଧ୍ୟ ବଢିବା ସମ୍ଭାବନା ରହୁଛି । ୩ ରୁ ୫ ଡିଗ୍ରୀ ବଢିବା ସମ୍ଭାବନା । ଆଗାମୀ ୨୪ ଘଣ୍ଟାରେ ଗରମ ଗୁଳୁଗୁଳି ସ୍ଥିତି ଲାଗି ରହିବ । ୨୯ ଓ ୩୦ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ନୂଆପଡାରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ୩୦ ରୁ ୧ ତାରିଖରେ କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ପବନ ହୋଇପାରେ। ଏ ସମୟରେ ପବନର ଗତି ରହିବ ୪୦ ରୁ ୫୦ କିଲୋମିଟର ପ୍ରତି ଘଣ୍ଟା। ଆଗାମୀ ଚାରିଦିନ ଭିତରେ ସମୟାନୁସାରେ କେରଳ ଛୁଇଁବ ମୌସୁମୀ । ଓଡିଶାକୁ ଛୁଇଁବା ଚାରିଦିନ ପୂର୍ବରୁ ଆକଳନ କରିହେବ । ଓଡ଼ିଶାର କିଛି କିଛି ସ୍ଥାନରେ କମ୍ ବର୍ଷା ହୋଇପାରେ । କିଛି ଜାଗାରେ ମେଘୁଆ ପାଗ ରହିବ । ଚଳିତ ବର୍ଷ କିଛି କିଛି ସ୍ଥାନରେ ନିଅଣ୍ଟିଆ ବର୍ଷା ରହିପାରେ ।