ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନୀ ମକଦ୍ଦମା ଦାୟର କଲେ ମନମୋହନ ସାମଲ

Published By : Prameya-News7 Bureau | May 03, 2025 IST

ବାଲେଶ୍ବର ୩।୫ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନୀ ମକଦ୍ଦମା । ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ନାଁରେ ମକଦ୍ଦମା ଦାଏର ହୋଇଛି । ମକଦ୍ଦମା ଦାଏର କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବାଲେଶ୍ବର ଏସ୍‌ଡିଜିଏମ୍‌ଙ୍କ କୋର୍ଟରେ ମକଦ୍ଦମା ଦାଏର ହୋଇଛି । ସୀତାଂଶୁ ଦ୍ବିବେଦୀଙ୍କ ବୟାନ ଉପରେ ମାନହାନୀ ମକଦ୍ଦମା ହୋଇଛି ।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ମନମୋହନ ସାମଲ କହିଛନ୍ତି, ମାସେ ତଳେ ସୀତାଂଶୁ ମୋହନ ଦ୍ବିବେଦୀ ମୋ ବିରୁଦ୍ଧରେ ଏକ ଆରୋପ କରିଥିଲେ । ମୋ କର୍ମୀ ମାନେ ଷ୍ଟେଟ ହେଡ ନାଁରେ ୧ କୋଟି ୩ ଲକ୍ଷ ଟଙ୍କା ନଦେଲେ ବେପାର ବାଣିଜ୍ୟ ବନ୍ଦ ବାରିବାକୁ ଚାପ ପ୍ରୟୋଗ କରାଯିବା ନେଇ ଅଭିଯୋଗ କରିଥିଲେ । ମନ୍ଦ ଉଦ୍ଦେଶ୍ୟ ରଖି ମୋ ବିରୁଦ୍ଧରେ ଏପରି କହିଥିଲେ । ଆଜି ଏନେଇ ଏକ କ୍ରିମିନାଲ ଡିଫାମେସନ୍ କେସ୍ ଦାୟର କରିଛି । ଏସଡିଜେଏମଙ୍କ କୋର୍ଟରେ ଷ୍ଟେଟମେଣ୍ଟ ଦାଖଲ କରିବାକୁ ଆସିଥିଲି । ଏହା  ମିଥ୍ୟା ଓ କପୋଳକଳ୍ପିତ କାହାଣୀ । ଏ ଅଭିଯୋଗର କୌଣସି ଭିତ୍ତି ନାହିଁ କି ସତ୍ୟତା ନାହିଁ । ମନ୍ଦ ଉଦ୍ଦେଶ୍ୟ ରଖି ମିଡ଼ିଆ ଆଗରେ ଏଭଳି ଅଭିଯୋଗ ଆଣିଛନ୍ତି । ମୋ ନାମରେ ଯଦି ଅଭିଯୋଗ ଅଛି ପ୍ରମାଣ କାଗଜ ଦେଖନ୍ତୁ । ବିନା ଅଭିଯୋଗରେ ସମ୍ବାଦ ପ୍ରସାରଣ କରନ୍ତୁ ନାହିଁ ବୋଲି ମନମୋହନ କହିଛନ୍ତି ।


You Can Read:

ରେଲୱେ କୋଇଲା ସାଇଡିଂକୁ ନେଇ ଚାପା ଉତ୍ତେଜନା, ୪ ପ୍ଲାଟୁନ ଫୋର୍ସ ମୁତୟନ


 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.