ପାକିସ୍ତାନ ଯିବାକୁ ହେଲେ, ଦୁଇ ଥର ଚିନ୍ତା କର; ନିଜ ନାଗରିକଙ୍କୁ ଏଭଳି ପରାମର୍ଶ ଦେଲା ଆମେରିକା

NEWS7
manish-agrawals-anticipatory-bail-rejected-by-high-court

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ହେବାକୁ କେତେ କ’ଣ କରୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ ଏବଂ ସେନା ମୁଖ୍ୟ ମୁନୀର । କିନ୍ତୁ ଟ୍ରମ୍ପ ସେମାନଙ୍କୁ ଶକ୍ତ ଝଟକା ଦେଇଛନ୍ତି । ପାକିସ୍ତାନ ଯିବାକୁ ହେଲେ, ଦୁଇ ଥର ଚିନ୍ତା କର ବୋଲି ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଇଛି ଟ୍ରମ୍ପ ପ୍ରଶାସନ । ଆମେରିକାର ଟ୍ରାଭେଲ୍ ଆଡଭାଇଜରିକୁ ଦେଖିବା ପରେ ଶାହବାଜ ସରିଫ ଏବଂ ଅସିମ ମୁନୀନ ଚିନ୍ତାରେ ପଡ଼ିଯାଇଛନ୍ତି । ଟ୍ରମ୍ପଙ୍କ ନିକଟତର ବୋଲି ଭାବୁଥିବା ଦୁଇ ପାକିସ୍ତାନୀଙ୍କୁ ଝଟ୍କା ଲାଗିଛି ।

ଦ୍ବିତୀୟ ଥର ପାଇଁ ଟ୍ରମ୍ପ ସରକାରକୁ ଆସିବା ପରେ ଦୁଇ ଥର ଆମେରିକା ଗସ୍ତ କରି ତାଙ୍କୁ ସାକ୍ଷାତ କରିଛନ୍ତି ପାକିସ୍ତାନର ଚିଫ ଅଫ ଆର୍ମି ଷ୍ଟାଫ୍ ଅସିମ ମୁନୀର । ସେପଟେ ଅନ୍ତର୍ଜାତୀୟ ସ୍ତରରେ ଶାହବାଜ ସରିଫ ଆମେରିକା ରାଷ୍ଟ୍ରପତିଙ୍କ ହଁରେ ହଁ ମିଶାଇ ଆସିଛନ୍ତି । ନିକଟରେ ଗାଜା ପାଇଁ ତିଆରି ହୋଇଥିବା ଟ୍ରମ୍ପଙ୍କ ବୋର୍ଡ ଅଫ ପିସ୍ରେ ସାମିଲ ହେବାକୁ ମଧ୍ୟ ସହମତି ଦେଇଥିଲା ପାକିସ୍ତାନ । ହେଲେ ଆମେରିକା ନିଜର ସଂଶୋଧିତ ଟ୍ରାଭେଲ୍ ଆଡଭାଇଜରିରେ ପାକିସ୍ତାନକୁ ଲେବଲ୍ -୩ରେ ସ୍ଥାନୀତ କରିଛି । ଏହି ଶ୍ରେଣୀରେ ଆତଙ୍କବାଦ ଏବଂ ସୁରକ୍ଷାକୁ ନେଇ ବିପଦ ଥିବା ଦେଶଗୁଡ଼ିକୁ ସାମିଲ କରେ ଆମେରିକା ।

ଜାନୁଆରୀ ୨୬ରେ ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ପାକିସ୍ତାନକୁ ସୁରକ୍ଷା ଦୃଷ୍ଟିରୁ ହାଇ ରିସ୍କ ଶ୍ରେଣୀରେ ସାମିଲ କରାଯାଇଛି । ସେଠାରେ କୌଣସି ପୂର୍ବ ସୂଚନା ବିନା ଆତଙ୍କବାଦୀ ଆକ୍ରମଣ ହୁଏ ବୋଲି ଏଥିରେ ଉଲ୍ଲେଖ ରହିଛି । ବୈଦେଶିକ ବିଭାଗ ଅନୁସାରେ, ପାକିସ୍ତାନରେ ସବୁଠାରୁ ଅଧିକ ବିପଦ ବସ ଷ୍ଟାଣ୍ଡ, ହୋଟେଲ୍, ମାର୍କେଟ, ଶପିଂ ମଲ୍, ମିଲିଟାରି ଏବଂ ସିକ୍ୟୁରିଟି ବେସ୍, ଏୟାରପୋର୍ଟ, ଟ୍ରେନ୍, ହସ୍ପିଟାଲ୍, ସ୍କୁଲ୍, ଧାର୍ମିକସ୍ଥଳ, ପର୍ଯ୍ୟଟନସ୍ଥଳୀ ଏବଂ ସରକାରୀ ବିଲ୍ଡିଂ ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଛି । ଆମେରିକା ଖାଇବର ପଖତନୁଖ୍ବାକୁ ଲେବର ୪ କ୍ୟାଟେଗୋରିରେ ରଖିଛି ।

ଆମେରିକାର ବୈଦେଶିକ ବିଭାଗ ଏହାର ନାଗରିକମାନଙ୍କୁ ଲେବଲ୍ ୪ ଅଞ୍ଚଳକୁ ଯାତ୍ରା କରିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛି । ସେଠାରେ ହତ୍ୟା ଏବଂ ଅପହରଣ ଉଦ୍ୟମ ଭଳି ଘଟଣା ସାଧାରଣ । ଏହି ଚେତାବନୀ ପାକିସ୍ତାନୀ ବଂଶୋଦ୍ଭବ ଆମେରିକୀୟ ନାଗରିକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏହି ସମୟରେ, ଆମେରିକା ଭାରତକୁ ଲେବଲ୍ ୨ ବର୍ଗରେ ରଖିଛି । ଅର୍ଥାତ୍ ଭାରତକୁ ଯାତ୍ରା କରିବା ପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।