LIVE TV

ଧରାପଡ଼ିଲା ଆଉ ଜଣେ ନକଲି ପୋଲିସ, ବାଇକ ଚେକିଂ ଆଳରେ କରୁଥିଲା ଠକାମୀ

NEWS7
manapuram-gold-finance-robbery-incident-main-accused-arrested-from-guwahati

ବ୍ରହ୍ମପୁର: ପୋଲିସ ବେଶରେ ଲୋକଙ୍କୁ ଠକୁ ଥିବା ଜଣେ ଯୁବକଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ। ଯୁବକ ଜଣକ ନକଲି ପୋଲିସ ସାଜି ବାଇକ ଚେକିଂ ନାଁରେ ଟଙ୍କା ସଂଗ୍ରହ କରୁଥିଲା। ରବିବାର ମଧ୍ୟ ସଦର ଥାନା ଅନ୍ତର୍ଗତ ପଦରବାଲୀଠାରେ ବାଇକ ଚେକିଂ ଆଳରେ ଟଙ୍କା ସଂଗ୍ରହ କରୁଥିଲା। ହେଲେ ଏଠାରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ। ଗିରଫ ନକଲି ପୋଲିସଙ୍କ ନାଁ କେଦାର ନାଥ ସ୍ୱାଇଁ।

ତେବେ ତା’ଠାରୁ ଗୋଟିଏ ଖେଳନା ପିସ୍ତଲ, ଗୋଟିଏ ଯୋଡ଼ା DMS ଜୋତା, ଗୋଟିଏ ଜଙ୍ଗଲ ପ୍ୟାଚ୍ ଡ୍ରେସ୍, ପାଉଚ୍ ସହ ଜଙ୍ଗଲ ପ୍ୟାଚ୍ ବେଲ୍ଟ, ଦୁଇଟି ପି-କ୍ୟାପ୍, ଗୋଟିଏ ଫାଇବର ଲାଠି, ମନୋଜ କୁମାର ସ୍ୱାଇଁ ଓଡ଼ିଶା ପୋଲିସ ଲେଖା ଥିବା ଏବଂ OP ଚିହ୍ନ ଥିବା ନାମ ଫଳକ, କଳା ରଙ୍ଗର ପୋଲିସ ବେଲ୍ଟ, ଆଧାର କାର୍ଡ, ପାନ କାର୍ଡ, ମୋବାଇଲ୍ ଫୋନ୍, ପୋଲିସ ପୋଷାକରେ କେଦାରନାଥ ସ୍ୱାଇଁଙ୍କ ଫଟୋଗ୍ରାଫ, ଗୋଟିଏ SBI ପାସବୁକ୍ ଆଦି ଜବତ ହୋଇଛି।ତେବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି।