ସାଂସଦ-ବିଧାୟକ ସମସ୍ତେ କମିଶନ ନେଉଛନ୍ତି, ୧୦ ପ୍ରତିଶତ ନହେଲେ ୫% ଆଣନ୍ତୁ : କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା

NEWS7
man-suffers-runny-nose-for-six-years-because-of-brain-leakage-through-a-hole-in-skull

ପାଟନା, ୨୩/୧୨:ଏମପି-ଏମଏଲଏ କମିଶନ ନେଉଛନ୍ତି । ସାଂସଦ ଏବଂ ବିଧାୟକଙ୍କୁ ମଧ୍ୟ କମିଶନ ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ହିନ୍ଦୁସ୍ଥାନୀ ଆଓ୍ୱାମ ମୋର୍ଚ୍ଚାର ନେତା ଜିତନ ରାମ ମାଝୀ । ଏକ ଦଳୀୟ କାର୍ଯ୍ୟକ୍ରମରେ ସେ ଏହି ବୟାନ ଦେଇଛନ୍ତି ।

ଜିତନ ରାମ କହିଛନ୍ତି ଯେ, ସେ ନିଜର କମିଶନ ରାଶିକୁ ଦଳୀୟ ପାଣ୍ଠିରେ ଜମା କରନ୍ତି । ଏହାକୁ ସେ କାର୍ କିଣିବାରେ ବ୍ୟବହାର କରିପାରିଥାନ୍ତେ । କିନ୍ତୁ ଦଳୀୟ କାର୍ଯ୍ୟକଳାପ ଅଧିକ ଗୁରୁତ୍ୱପୂର୍ଣ୍ଣ । ଦଳୀୟ ନେତା ଯଦି କମିଶନ ହାସଲ କରିପାରିବେନି ତେବେ ଏହା ଦଳୀୟ ସଭାପତିଙ୍କ ଭୁଲ୍ । ସେ ନିଜ ପୁଅ ତଥା ଦଳୀୟ ସଭାପତି ସନ୍ତୋଷ କୁମାର ସୁମନଙ୍କ ଉଦ୍ଦେଶ୍ୟରେ ଏପରି କହିଥିବା ଚର୍ଚ୍ଚା ହେଉଛି ।

ନିଜ ଦଳର ବିଧାୟକଙ୍କୁ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଯଦି ସେମାନେ ୧୦ ପ୍ରତିଶତ କମିଶନ ହାସଲ କରିପାରୁ ନହାଁନ୍ତି ତାହାଲେ ୫ ପ୍ରତିଶତ ଆଣନ୍ତୁ । ସମସ୍ତ ଏମପି ଏମଏଲଏ କମିଶନ ନେଉଛନ୍ତି । ଟଙ୍କାଟିଏରୁ ୧୦ ପଇସା ସେମାନଙ୍କ ପକେଟକୁ ଯାଉଛି । ସେ ନିଜେ ପାଇଥିବା କମିଶନ ରାଶିକୁ ଦଳକୁ ଦାନ କରିଥାନ୍ତି । ଜଣେ ଏମପି ୫ କୋଟିର ପ୍ରକଳ୍ପରେ ୪୦ ଲକ୍ଷର କମିଶନ ପାଇଥାଏ ବୋଲି ସେ ଉଦାହରଣ ଦେଇଛନ୍ତି ।

୧୦୦ ସିଟରେ ଲଢିବା ଲକ୍ଷ୍ୟ

ଆସନ୍ତା ନିର୍ବାଚନରେ ହାମ୍ ୧୦୦ଟି ସିଟରେ ଲଢେଇ କରିବାକୁ ଲକ୍ଷ୍ୟ ରଖିଛି । ଯଦି ତାଙ୍କ ଦାବି ପୂରଣ ନହୁଏ ତାହାଲେ ଦଳ ଏକା ଲଢିବ । ତାଙ୍କ ଜାତିର ଲୋକେ ତାଙ୍କୁ ସମର୍ଥନ କରିବେ । ଏହାସହ ଅନ୍ୟ ଜାତିର ଲୋକେ ମଧ୍ୟ ତାଙ୍କୁ ସମର୍ଥନ କରିବେ ବୋଲି ସେ କହିଛନ୍ତି ।