Live Live
LIVE

ନିଜ ବ୍ୟାଟ ପରଠୁ ମାଗିକି ବ୍ୟାଟ ଆଣିଲେ ବିସ୍ଫୋରକ ବ୍ୟାଟର, ଯାହା ପାଲଟିଗଲା ଲକି ଚାର୍ମ

NEWS7
man-mruta-on-attack-of-relative

ନୂଆଦିଲ୍ଲୀ ୧୦/୦୩: ଫ୍ଲପ୍...ଫ୍ଲପ୍..ଫ୍ଲପ୍....। ବାରମ୍ୱାର ଖରାପ ପ୍ରଦର୍ଶନ ପରେ ଫାଇନାଲ୍ରେ ଫେରିଥିଲା ଫର୍ମ । ICC ପୁରୁଷ T-୨୦ ବିଶ୍ୱକପ୍ ୨୦୨୬ର ଗର୍ଜିଥିଲା ତାଙ୍କ ବ୍ୟାଟ୍ । ପୁଣି ସେହି ପୁରୁଣା ଫର୍ମକୁ ଫେରିଥିଲା ଯୁବ ବ୍ୟାଟରଙ୍କ ରନ୍ । ସେମିତି ଛକ୍କା, ସେମିତି ଡିଫେନ୍ସ । ଭାରତୀୟ ଓପନର ଅଭିଷେକ ଶର୍ମା ଏକ ସ୍ମରଣୀୟ ଇନିଂସ ସହିତ ତାଙ୍କ ସମାଲୋଚକମାନଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ। ସମଗ୍ର ଟୁର୍ଣ୍ଣାମେଣ୍ଟରେ ସଂଘର୍ଷ କରିଥିବା ଏହି ଯୁବ ବ୍ୟାଟସମ୍ୟାନ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।

ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ରେ, ଅଭିଷେକ ଶର୍ମା ମାତ୍ର ୨୧ବଲ୍ ରେ ୫୨ରନ୍ କରିଥିଲେ। ସେ ତାଙ୍କର ଝଡ଼ମୟ ଇନିଂସରେ ଛଅଟି ଚୌକା ଓ ତିନୋଟି ଛକା ମାରିଥିଲେ। ଅଭିଷେକ ମାତ୍ର ୧୮ବଲ୍ ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ଯାହା T୨୦ ବିଶ୍ୱକପ୍ ଫାଇନାଲରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ଏବଂ T20 ବିଶ୍ୱକପ୍ ଇତିହାସରେ ମିଳିତ ଭାବରେ ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ ଥିଲା ।

ଅଭିଷେକ ଶର୍ମା, ସଞ୍ଜୁ ସାମସନଙ୍କ ସହିତ ମିଶି ଭାରତକୁ ଏକ ଚମତ୍କାର ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟସମ୍ୟାନ୍ ପାୱାରପ୍ଲେରେ ୯୬ ରନ୍ ଯୋଡିଥିଲେ । ଯାହା T୨୦ ବିଶ୍ୱକପ୍ ଇତିହାସରେ ମିଳିତ ଭାବରେ ସର୍ବାଧିକ ପାୱାରପ୍ଲେ ସ୍କୋର । ଏହି ଦ୍ରୁତ ଆରମ୍ଭ ଭାରତର ବଡ଼ ସ୍କୋର ପାଇଁ ଏକ ଦୃଢ଼ ମୂଳଦୁଆ ପକାଇଥିଲା । ତେବେ ଫାଇନାଲରେ, ଅଭିଷେକ ଶର୍ମାଙ୍କ ବିସ୍ଫୋରଣ ଇଁନିସ ପଛରେ ଥିଲା ଶିବମ ଦୁବେଙ୍କ ହାତ । କାରଣ ଅଭିଷେକ ବ୍ୟାଟିଂ ବେଳେ ଯେଉଁ ବ୍ୟାଟ ବ୍ୟବହାର କରଇଥିଲେ ତାହା ଥିଲା ଅଲରାଉଣ୍ଡର ଶିବମ ଦୁବେଙ୍କ ବ୍ୟାଟ୍ ।

ମ୍ୟାଚ୍ ପରେ, ଏନେଇ ସେ ନିଜେ ଖୁଲାସା କରିଥିଲେ । ତାଙ୍କ କହିବା କଥା ଫାଇନାଲ୍ ଦିନ ସକାଳେ କିଛି ନୂଆ ଚେଷ୍ଟା କରିବାକୁ ନିଷ୍ପତ୍ତି ନେଇଥିଲେ। ଅଭିଷେକ କହିଥିଲେ, ମୁଁ ଶିବମ୍ ଦୁବେଙ୍କ ବ୍ୟାଟ୍ ସହିତ ବ୍ୟାଟିଂ କରିଥିଲି । ତେଣୁ ତାଙ୍କୁ ଧନ୍ୟବାଦ। ଯେହେତୁ ମୁଁ ବେଳେବେଳେ ଗିଲ୍ଙ୍କ ବ୍ୟାଟ୍ ବ୍ୟବହାର କରେ । ତେମୁ ସେ ଶୁଭମନ ଗିଲ୍ ପାଖରେ ନଥିଲେ, ତେଣୁ ମୁଁ ଦୁବେଙ୍କ ପାଖକୁ ଯାଇ ତାଙ୍କ ବ୍ୟାଟ୍ ନେଇଥିଲି। ଏହି ଟୁର୍ଣ୍ଣାମେଣ୍ଟ ଅଭିଷେକ ଶର୍ମାଙ୍କ ପାଇଁ ମୋଟାମୋଟି ଭଲ ନଥିଲା।

ସେ ତାଙ୍କର ପ୍ରଥମ ତିନୋଟି ଇନିଂସରେ ଶୂନ୍ୟରେ ଆଉଟ୍ ହୋଇଥିଲେନ । ପରେ ଭଲ ପ୍ରଦର୍ଶନ କରିନଥିଲେ। ଏହାପରେ ତାଙ୍କ ଫର୍ମ ନେଇ ବି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭାରତୀୟ ଦଳ ତାଙ୍କ ଉପରେ ତାଙ୍କର ବିଶ୍ୱାସ ବଜାୟ ରଖିଥିଲା। ଅଭିଷେକ କହିଥିଲେ ଯେ ତାଙ୍କ ସାଥୀ ଖେଳାଳିଙ୍କ ଆତ୍ମବିଶ୍ୱାସ ତାଙ୍କର ସବୁଠାରୁ ବଡ଼ ଶକ୍ତି ଥିଲା। ଅଭିଷେକ ଶର୍ମା କହିଥିଲେ, ମୁଁ ଗତ ଗୋଟିଏ ମାସ ଧରି ଏକ ବହୁ ଘଡି ସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଥିଲି ।

ଏପରି ସମୟରେ, ଆପଣଙ୍କ ଚାରିପାଖର ଲୋକମାନେ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ମୁଁ ରନ ସ୍କୋର କରୁ ନଥିଲି, ସେତେବେଳେ ମଧ୍ୟ ଦଳର ସମସ୍ତେ ମୋ ଉପରେ ବିଶ୍ୱାସୀ ଥିଲେ। ସେମାନେ କହିଲେ, ତୁମେ ନିଶ୍ଚିତ ଭାବରେ ଭଲ କରିବେ। ଅଭିଷେକ ଶର୍ମା ଶେଷରେ ପ୍ରମାଣ କଲେ ଯେ ମହାନ ଖେଳାଳିମାନେ ଫାଇନାଲ ଭଳି ଏକ ବଡ଼ ମ୍ୟାଚ୍ରେ ଏକ ଶକ୍ତିଶାଳୀ ଇନିଂସ ଖେଳି ସବୁଠାରୁ ବଡ଼ ମଞ୍ଚରେ ଚମକନ୍ତି।

also read..

ବିଶ୍ୱବିଜେତା ଟିମ୍ ଇଣ୍ଡିଆ ପାଇଁ ବିସିସିଆଇର ବଡ଼ ଘୋଷଣା, ଭାରତୀୟ କ୍ରିକେଟ୍ ଇତିହାସରେ ପ୍ରଥମ