ମହାନଦୀରେ ପୁଣି ଅଘଟଣ, ନଦୀକୁ ଡେଇଁ ଆତ୍ମହତ୍ୟା .. ପରିଚୟ ଖୋଜୁଛି ପୋଲିସ

Published By : Prameya-News7 Bureau | December 02, 2024 IST

Breaking_1

କଟକ ୦୨।୧୨ :  ମହାନଦୀକୁ ଡେଇଁ ପୁଣ ଜଣଙ୍କ ଆତ୍ମହତ୍ୟା । କଟକ ତୁଳସୀପୁର ଆଖଣ୍ଡଳମଣି ମନ୍ଦିର ନିକଟକରେ ଥିବା ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । 

ଖବର ଅନୁଯାୟୀ, ସୋମବାର ଦିନ କଟକ ତୁଳସୀପୁର ଆଖଣ୍ଡଳମଣି ମନ୍ଦିର ନିକଟରେ ପୁଣି ଘଟିଛି ଏକ ଅଘଟଣ । କୌଣସି କାରଣକୁ ନେଇ ଜଣେ ବ୍ୟକ୍ତି ମହାନଦୀକୁ ଡେଇଁପଡିଥିଲେ । ଏହାପରେ ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ବର୍ତ୍ତମାନ ଯାଏଁ ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । କେଉଁ କାରଣକୁ ନେଇ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଛନ୍ତି । ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.