ନୂଆଦିଲ୍ଲୀ: ମୋ ପୁଅର ଶରୀରରକୁ ଖଣ୍ଡ ଖଣ୍ଡ କରନି। ବ୍ୟକ୍ତି ଜଣକ କାନ୍ଦି କାନ୍ଦି କହୁଛନ୍ତି, "ମୋର ଗୋଟିଏ ବୋଲି ପୁଅ... ତା ମୃତଦେହ ମୋତେ ଦେଇଦିଅ... ପୋଷ୍ଟମୋର୍ଟମ କରନି। ପୋଷ୍ଟମୋର୍ଟମ କଲେ ଶରୀରକୁ କଟାଯିବ । ଜମାରୁ ତା ଶରୀର ଖଣ୍ଡ ବିଖଣ୍ଡିତ କରନି। ଚିନ୍ନସ୍ୱାମୀ ଘଟଣାରେ ଗୋଟିଏ ବୋଲି ପୁଅର ମୃତ୍ୟୁ ପରେ ଜଣେ ବାପାର ଗୁହାରୀ। ପୁଅକୁ ହାରାଇ କୋହଭରା କଣ୍ଠରେ ବାପାଙ୍କ ନିବେଦନ ଆପଣଙ୍କ ଆଖିକୁ ଓଦା କରିଦେବ। ଆଖି ଆଗରେ ବଢିଲା ପୁଅର ଶବ...ଓଃ...ଏ ହୃଦୟବିଦାରକ ଘଟଣାରୁ ବୁଝାପଡ଼ୁଛି ମୃତ ଯୁବକଙ୍କ ବାପାଙ୍କ ଅବସ୍ଥା କ'ଣ ହେଉଥିବ...
ବୁଧବାର IPL ୨୦୨୫ର ଚାମ୍ପିଅନ୍ସ RCBର ବିଜୟ ଉତ୍ସବ। ସୁଖର ସମାରୋହ ଦେଖିବାକୁ ଯାଇଥିବା ଲୋକ ଆଜି ଦୁଃଖରେ ମ୍ରିଅମାଣ। ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟିମ୍ ର ଝଲକ୍ ପାଇବାକୁ ଲକ୍ଷ ଲକ୍ଷ ପ୍ରଶଂକଙ୍କ ଭିଡ଼ ଜମିଥିଲା। ଭୟଙ୍କର ଦଳାଚକଟା ହୋଇଥିଲା । ୧୧ ଜଣଙ୍କ ଜୀବନ ଯାଇଛି। ଆହତ ହୋଇଛନ୍ତି ୫୦ରୁ ଅଧିକ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି 35000 କ୍ଷମତା ବିଶିଷ୍ଟ ଷ୍ଟାଡିୟମରେ ହଠାତ୍ ୩ଲକ୍ଷରୁ ଅଧିକ ଲୋକେ କେମିତି ପ୍ରବେଶ କଲେ? ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସିଦ୍ଦରମୈୟା। ସେପଟେ ଷ୍ଟାଡ଼ିୟମ ବାହାରେ ଲକ୍ଷାଧିକ ଫ୍ୟାନ୍ଙ୍କ ସମାଗମ ଏଡ଼ାଇବାକୁ ଯାଇ ଲାଠିମାଡ଼ କରିଥିଲା ପୋଲିସ । ଆଉ ଲାଠିମାଡ଼ରୁ ଷ୍ଟାମ୍ପେଡ୍ ପରିସ୍ଥିତି, ଆଉ ତା'ପରେ ଘଟଣାକୁ ନେଇ ଲାଗିରହିଛି ତନାଘନା । କର୍ଣ୍ଣାଟକ କୋର୍ଟ ଏନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ।
ଏଠି ପ୍ରଶ୍ନ ସବୁ ସରିଗଲା ପରେ ... ଏତେ ମାମଲା ... ଆକ୍ସନ। କିନ୍ତୁ ଫେରିବ କି କାହାର ପୁଅ, ଝିଅ ଓ ଭାଇ ନା ବାପା । ସେମାନେ ଏବେ ନିଜର କାହାକୁ ହରାଇ ସର୍ବସ୍ୱାନ୍ତ। ଏହି ଅଘଟଣରେ ପ୍ରାଣ ହରାଇଥିବା ଅନେକ ନୀରିହଙ୍କ ପରିବାର ହରାଇଛନ୍ତି ସର୍ବସ୍ୱ। ମୃତକଙ୍କ ମଧ୍ୟରେ ଥିବା ଜଣେ ପୁଅର ବାପା ଆଜି ମୁଣ୍ଡ ପିଟି କାନ୍ଦୁଛି। ସେ କହିଛି...ମୋର ଗୋଟିଏ ପୁଅ । ହେଲେ ତାକୁ ମୁଁ ହରେଇଦେଲି । ସେ ମୋତେ ନଜଣାଇ ଆସିଥିଲା । ଏଠାକୁ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ଆସିବେ । ହେଲେ ମୋ ପୁଅକୁ କେହି ବି ଫେରାଇ ଦେଇ ପାରିବେ ନାହିଁ ।"
ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହୋଇଥିବା ଦଳାଚକଟାରେ ପୁଅର ଜୀବନ ଯାଇଛି । ପୁଅର ମୃତଦେହ ଦେଖିଲା ପରେ ସତେ ଯେମିତି ବାପାର ଛାତି ଫାଟିଯାଉଛି । ଆଉ ପୁଅର ଶବ ପୋଷ୍ଟମର୍ଟମ୍ ନକରିବାକୁ ଗୁହାରି କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ହୃଦୟ ବିଦାରକ କହିଛନ୍ତି। ସେସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି , ଏହି ଦୁଃଖଦ ସମୟରେ ସମସ୍ତଙ୍କୁ ସମବେଦନା।