ହୋଟେଲରେ ରଙ୍ଗିନ ରାତି କାଟୁଥିଲା ରଙ୍ଗିଲା ସ୍ବାମୀ, ପୋଲିସ ସହ ପହଞ୍ଚିଗଲେ ପତ୍ନୀ, ତା’ ପରେ…

Published By : Prameya-News7 Bureau | August 14, 2024 IST

ଭୁବନେଶ୍ବର: ପତ୍ନୀଙ୍କୁ ଆତ୍ମହତ୍ୟା କରୁଛି କହି ଓୟୋ ହୋଟେଲରେ ଯୁବତୀଙ୍କ ସହ କରୁଥିଲେ ମଜା ତାହାବି ପୁଣି ଦୁଇ ଦୁଇ ଜଣ ଯୁବତୀଙ୍କ ସହ। ହେଲେ ଏତିକି ବେଳେ ପହଞ୍ଚିଗଲେ ପତ୍ନୀ । ଯାହାପରେ ପଦାକୁ ଆସିଥିଲା ସ୍ବାମୀଙ୍କ ପ୍ରକୃତ ଚେହେରା। ତେବେ ସଂପୃକ୍ତ ବ୍ୟକ୍ତି ସହିତ ଦୁଇ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ତେବେ ଘଟଣା ପ୍ରଘଟ ହେବା ପରେ ନୂଆ ନୂଆ ଖିଅ ବାହାରିବାରେ ଲାଗିଛି। ଅଭିନବ କୁଆଡ଼େ ଜଣେ ଅଭିନେତ୍ରୀଙ୍କୁ ବ୍ଲାକମେଲ କରିଥିଲେ।  

ସମୟ ରାତି ୩ଟା। ସ୍ଥାନ- ଭୁବନେଶ୍ବରର ଏକ ନାମୀ ଅଞ୍ଚଳର ଦାମି ହୋଟେଲ। ରୁମ୍ ନମ୍ବର ୧୦୨ । ପୋଲିସ ଛାପା ମାରିଥିଲା। ବାରମ୍ବାର କବାଟ ବାଡ଼େଇବା ପରେ ବି କେହି ଖୋଲିନଥିଲେ। ହୋଟେଲ କର୍ମଚାରୀ ଡାକିଲେ ରୁମ୍ ଖୋଲିଲା। ପୋଲିସ ନାଁ ପଚାରିଥିଲା ସ୍ପଷ୍ଟ ହୋଇଥିଲା ଅଭିନବ ସିଂହ। ଅଭିନବଙ୍କୁ ହିଁ ଖୋଜିକି ଆସିଥିଲା ପୋଲିସ। ଭିତରୁ ବାହାରିଥିଲେ ଦୁଇ ଯୁବତୀ। ଖାଲି ସେତିକି ନୁହେଁ, କିଛି ବିୟର ବୋତଲ, ସିଗରେଟ ତା ସାଙ୍ଗକୁ ଆଉ କିଛି ଆପତ୍ତି ଜନକ ଜିନିଷ। ଅଭିନବ ସିଂଙ୍କର ଏହି ରଙ୍ଗିଲା କାଣ୍ଡ ଉପରେ ପୋଲିସ ଛାପା ମାରିଥିବା ବେଳେ ସାଙ୍ଗରେ ଆସିଥିଲେ ତାଙ୍କ ପତ୍ନୀ। ପୋଲିସକୁ ଓ ପତ୍ନୀଙ୍କୁ  ଦେଖି ଉତ୍ତ୍ୟକ୍ତ ହୋଇଯାଇଥିଲେ ସ୍ବାମୀ ଅଭିନବ ସିଂହ। ଆଉ ନାନା ଧମକ ଚମକ ଦେଇଥିଲେ। ପୋଲିସ ୨ ଯୁବତୀ ଏବଂ ଅଭିନବଙ୍କୁ ଗିରଫ କରିଛି। 

ଏବେ ଆସନ୍ତୁ ଜାଣିବା ରାତି ୩ଟାରେ ସ୍ତ୍ରୀ କେମିତି ରଙ୍ଗେ ହାତ୍ ସ୍ବାମୀଙ୍କୁ ଧରିଥିଲେ। ଦିନରେ ସ୍ବାମୀ ଆତ୍ମହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ। ଯେଉଁଥିପାଇଁ ପତ୍ନୀ ଖୁବ ବ୍ୟସ୍ତ ହୋଇପଡିଥିଲେ। ଆଉ ରାତି ଗୋଟାଏରେ ପତ୍ନୀଙ୍କୁ ଫୋନକୁ ତିନିଟି ସ୍ବିଗି ଅର୍ଡର ମେସେଜ ଆସିଥଲା। ଆଡ୍ରେସ ଥିଲା ଓୟୋ ହୋଟେଲ। ପତ୍ନୀ ପିସିଆରକୁ ଖବର ଦେଇଥିଲେ। ଖବର ପାଇ ନ୍ୟୁଜ ସେଭେନ ମଧ୍ୟ ସେଠାରେ ପହଞ୍ଚିଥିଲା। ପୋଲିସ ଉପସ୍ଥିତିରେ ରୁମ୍ ଖୋଲାଯାଇଥିଲା। ଯେଉଁଠାରେ ଅଭିନବ ଓୟେ ଓୟେ କରୁଥିଲେ । 

ତେବେ ଅଭିନବଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏକାଧିକ ଅଭିଯୋଗ ରହିଥିବା ଜଣାଯାଇଛି।  ପ୍ରଥମରେ ସେ ସଫ୍ଟୱେର ଇଞ୍ଜିନିୟର କହି ବାହା ହୋଇଥିଲେ, ହେଲେ ପରେ ଜଣାପଡ଼ିଥିଲା ସେ କୁଆଡେ ମ୍ୟୁଜିକ୍ ଭଡିଓ କରିଛନ୍ତି। ଯେଉଁଥିପାଇଁ ପତ୍ନୀଙ୍କ ସହିତ ବିଶ୍ବାସର ଦ୍ବନ୍ଦ୍ବ ଦେଖାଦେଇଥିଲା। ସେହିପରି ନନ୍ଦନକାନନ ଥାନାରେ ମଧ୍ୟ ତାଙ୍କ ନାଁରେ ଜଣେ ଅଭିନେତ୍ରୀ ବ୍ଲାକମେଲ ଅଭିଯୋଗ ଆଣିଥିଲେ। ଏ ପୂରା ଘଟଣା କ୍ରମରେ ଆଉ ଜଣେ ମହିଳା ଓ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.