ଏୟାର ଇଣ୍ଡିଆ ବିମାନରେ ଥିଲା ଅନେକ ତ୍ରୁଟି : ସେହି ଫ୍ଲାଇଟ୍‌ରେ କିଛି ସମୟ ପୂର୍ବରୁ ଅହମ୍ମଦାବାଦରେ ପହଞ୍ଚି ଥିବା ଯୁବକଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | June 12, 2025 IST

ନୂଆଦିଲ୍ଲୀ : ଗୁଜରାଟର ଅହମ୍ମଦାବାଦରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଗୁରୁବାର ଦ୍ୱିପ୍ରହରରେ ଦୁର୍ଘଟଣାର ଶିକାର ହୋଇଛି। ଟେକଅଫ୍‌ କରିବା କ୍ଷଣି ଫ୍ଲାଇଟ୍‌ ହଠାତ୍‌ ତଳକୁ ଖସି ଥିଲା ଏବଂ କିଛି ମିନିଟ୍‌ରେ ନିଆଁର ଆସ୍ତରଣ ପାଲଟି ଯାଇଥିଲା। ଦୁର୍ଘଟଣାରେ ବିମାନରେ ବସିଥିବା କୌଣସି ବି ଯାତ୍ରୀଙ୍କର ବଞ୍ଚିବା ମୁସ୍କିଲ ମନେକରାଯାଉଛି। ଏବେସୁଦ୍ଧା ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁର ସ୍ପଷ୍ଟ ପୁଲିସ ଦ୍ୱାରା କରାଯାଇ ସାରିଛି। ଦୁର୍ଘଟଣା ସମୟରେ ଏହି ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉ ଥିଲା, କିନ୍ତୁ ଆଜି ହିଁ ସକାଳେ ଏହା ଦିଲ୍ଲୀରୁ ଅହମ୍ମଦାବାଦରେ ପହଞ୍ଚି ଥିଲା। ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ, ସେ ବି ଦିଲ୍ଲୀରୁ ଅହମ୍ମଦାବାଦ ଯାଉଥିବା ବିମାନରେ ବସିଥିଲେ, ଯାହା ଦ୍ୱିପ୍ରହରରେ ଲଣ୍ଡନ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆକାଶ ନାମକ ଯୁବକ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ଏହି ବିମାନରେ ଦେଖାଦେଇ ଥିବା ଅନେକ ତ୍ରୁଟି ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଏସି ,ଏଣ୍ଟରଟେନମେଣ୍ଟ ସିଷ୍ଟମ ସହ କିଛି ବି କାମ କରୁ ନଥିଲା।

ଆକାଶ ବତ୍ସ ନାମକ ଯୁବକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦାବି କରିଛନ୍ତି ଯେ, ମୁଁ ଅହମ୍ମଦାବାଦରେ ବିମାନର ଉଡ଼ାଣ ଭରିବାର ଦୁଇ ଘଣ୍ଟା ପୂର୍ବରୁ ସେହି ଫ୍ଲାଇଟ୍‌ରେ ଥିଲି। ଦିଲ୍ଲୀରୁ ଅହମ୍ମଦାବାଦ ଆସୁଥିଲି। ଏଥିରେ ମୁଁ କିଛି ଭିନ୍ନ ଜିନିଷ ଦେଖି ଥିଲି। ଏୟାର ଇଣ୍ଡିଆକୁ ଟ୍ୱିଟ୍‌ କରିବା ପାଇଁ ଭିଡ଼ିଓ ମଧ୍ୟ କରୁଥିଲି। ମୁଁ ଆହୁରି ଅଧିକ ସୂଚନା ଦେବାକୁ ଚାହୁଁ ଥିଲି। ଆକାଶ ନିଜର ପୋଷ୍ଟ ସହ କିଛି ଫଟୋ ଓ ଭିଡ଼ିଓ ପୋଷ୍ଟ କରିଛନ୍ତି।

ପ୍ରଥମ ଫଟୋରେ ଏୟାର ଇଣ୍ଡିଆର ବିମାନ ଦେଖାଯାଉଛି। ଦ୍ୱିତୀୟ ଭିଡ଼ିଓ ,ଯାହାକୁ ଆକାଶ ସମ୍ଭବତଃ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରି ଥିଲେ। ଏଥିରେ ବିମାନର ନାଁ ଡ୍ରିମଲାଇନର ଲେଖା ଯାଇଛି। ଯୁବକ ଜଣଙ୍କ କହିଛନ୍ତି ଯେ, ବିମାନର ଏସି ଚାଲୁ ନଥିଲା। ଯାତ୍ରୀ ଗରମରୁ ବର୍ତ୍ତିବା ପାଇଁ ବିମାନରେ ମିଳୁଥିବା ମାଗାଜିନରେ ହିଁ ବିଞ୍ଚି ହେଉଥିଲେ। ଏହା ବ୍ୟତୀତ ବିମାନରେ ଲାଗି ଥିବା ଟିଭି ସ୍କ୍ରିନ୍‌ ମଧ୍ୟ କାମ କରୁ ନଥିଲା। କେବିନ କ୍ରିଉ ସହ ସଂପର୍କ କରିବାକୁ ଦିଆ ଯାଇଥିବା ଫୋନ୍‌ ମଧ୍ୟ କାମ କରୁ ନଥିଲା।

ଯୁବକ ଜଣଙ୍କ କହିଛନ୍ତି, ଏମିତି କି ବିମାନର ଲାଇଟ୍‌ ମଧ୍ୟ କାମ କରୁ ନଥିଲା। ଏହି କାରଣରୁ ଏୟାର ଇଣ୍ଡିଆକୁ ସବୁଠୁ ଖରାପ ଏୟାରଲାଇନ୍‌ କମ୍ପାନୀ କୁହାଯାଏ। ଏସି ନଚାଲିବା ଯୋଗୁଁ ଦେଖାଯାଇ ପାରେ ଯେ, ସବୁ ଲୋକ ଗରମରେ ସମସ୍ୟାରେ ଥିଲେ। ନିଜେ ଆକାଶ ବି ଝାଳରେ ଓଦା ହୋଇଥିବା ଦେଖା ଯାଇଥିଲେ। ଆକାଶଟି ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। କିଛି ହିଁ ସମୟରେ ୩୫ ଲକ୍ଷରୁ ଅଧିକ ଲୋକ ଏହି ପୋଷ୍ଟକୁ ଦେଖି ସାରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.