ଗଣେଶ ପୂଜାରେ ଭଉଣୀ ଘରକୁ ଆସିଥିଲେ, କେନାଲ ଖସିପଡ଼ି ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | August 28, 2025 IST

ସାଲେପୁର ୨୮।୮: ଭଉଣୀ ଘରୁ ଗଣେଶ ପୂଜା ଭୋଗଖାଇ ରାତିରେ ଫେରୁଥିଲେ ଘରକୁ । ବାଇକ୍ ସହ କେନାଲକୁ ଖସିପଡି ଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ କିଶନନଗର ଥାନା ଗୁଆଳି ନିକଟ କେନାଲ ବନ୍ଧ ବ୍ରିଜରେ । ମୃତକ ହେଲେ ନିଶ୍ଚିନ୍ତକୋଇଲି ବନ୍ଧକାଠିଆ ଅଞ୍ଚଳର ପ୍ରମୋଦ ସ୍ୱାଇଁ । ବୁଧବାର ଠାରୁ ପରିବାର ଓ ବନ୍ଧୁବାନ୍ଧବ ଲୋକ ଖୋଜାଖୋଜି ଜାରି ରଖିଥିଲେ । ଗୁରୁବାର ଗୁଆଳି ନିକଟ କେନାଲ ଭିତରୁ ଗାଡି ସହ ପ୍ରମୋଦଙ୍କ ମୃତଦେହ ଉଦ୍ଧାର ହୋଇଛି । 

ସୂଚନାଯୋଗ୍ୟ ଯେ, ବୁଧବାର ଗଣେଶ ପୂଜା ଥିବାରୁ ପ୍ରମୋଦ ଭଉଣୀ ଘରକୁ ଆସିଥିଲେ । ପୂଜା ପରେ ଭୋଗ ଖାଇ ରାତିରେ ଘରକୁ ଫେରୁଥିଲେ । ହେଲେ ଗୁହାଳି ନିକଟ କେନାଲ ବ୍ରିଜରେ ଗାର୍ଡଓ୍ବାଲ ନଥିବାରୁ  ବାଇକ୍ ସହ କେନାଲ ଭିତରକୁ ପ୍ରମୋଦ ଖସି ପଡିଥିଲେ । ଗୁରୁବାର କେନାଲ ଭିତରୁ ଗାଡି ସହ ପ୍ରମୋଦଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ କିଶନନଗର ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

You Can Read:

ନୂଆଁଖାଇ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସିନ୍ଦୁରପଙ୍କରେ ଶ୍ୟାମସୁନ୍ଦର ପତିଙ୍କ ପରିବାର ସଦସ୍ୟଙ୍କ ସହ ଖାଇଲେ ‘ନବାନ୍ନ’

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.