LIVE TV

NCRB ରିପୋର୍ଟ: ୨୦୨୪ ସଡ଼କ ଦୁର୍ଘଟଣାରେ ୧.୭ ଲକ୍ଷ ଲୋକଙ୍କ ମୃତ୍ୟୁ, ଓଡ଼ିଶାରେ ବଢିଛି

NEWS7
man-died-on-elephant-attack-2

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା ମାମଲା ଲଗତାରା ବଢିବାରେ ଲାଗିଛି । ଏହାକୁ ନେଇ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି)ର ଆଶ୍ଚର୍ଯ୍ୟଜନକ ଡାଟା ଜାରି କରିଛି । ଏହା ଅନୁସାରେ ୨୦୨୩ ତୁଳନାରେ ୨୦୨୪ରେ ସଡ଼କ ଦୁର୍ଘଟଣା ଯୋଗୁ ହୋଇଥିବା ମୃତ୍ୟୁ ସଂଖ୍ୟା ଅଧିକ ରହିପାରେ ।

ଏନସିଆରବି ରିପୋର୍ଟରେ ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ତେଲଙ୍ଗାନା, ଆସାମ ଓ ଦିଲ୍ଲୀରେ ସବୁଠୁ ଅଧିକ ସଡ଼କ ଦୁର୍ଘଟଣା ଘଟିଛି । ଅନ୍ୟପଟେ ପଶ୍ଚିମବଙ୍ଗକୁ ଛାଡ଼ି ପୂରା ଦେଶରେ ଗତବର୍ଷ ସଡ଼କ ଦୁର୍ଘଟଣାରେ ୧ ଲକ୍ଷ ୭୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ୨୦୨୩ରେ ସଡ଼କ ଦୁର୍ଘଟଣା ଯୋଗୁ ୧ ଲକ୍ଷ ୭୩ ହଜାର ଲୋକଙ୍କ ମୃତ୍ୟୁ ହୋଇଛି, ଯାହା ଆଜି ଯାଏଁର ସବୁଠୁ ବଡ଼ ସଂଖ୍ୟା । ପଶ୍ଚିମବଙ୍ଗରେ ୬,୦୨୭ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ପଶ୍ଚିମବଙ୍ଗ ୨୦୨୪ ହୋଇଥିବା ସଡ଼କ ଦୁର୍ଘଟଣାର ଡାଟା ସେୟାର କରି ନାହିଁ । ତଥ୍ୟ ମିଳିବା ପରେ ୨୦୨୪ରେ ସଡ଼କ ଦୁର୍ଘଟଣା ମାମଲା ଆହୁରି ଅଧିକ ହେବ । ତାଲିକାର ପ୍ରଥମ ସ୍ଥାନରେ ଉତ୍ତର ପ୍ରଦେଶ ରହିଛି । ଉତ୍ତର ପ୍ରଦେଶରେ ୨୦୨୩ରେ ୨୩,୬୫୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୪ରେ ଏହି ସଂଖ୍ୟା ବଢି ୨୪,୧୧୮ ହୋଇଛି । ଓଡ଼ିଶାରେ ୨୦୨୩ରେ ୫୭୩୯ ଜଣଙ୍କ ସଡ଼କ ଦୁର୍ଘଟଣାରେ ପ୍ରାଣ ଯାଇଥିଲା, ୨୦୨୪ରେ ଏହା ବଢି ୬୧୪୨ ହୋଇଛି ।

ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ଏହା ସତ୍ତ୍ୱେ ଅନେକ ରାଜ୍ୟରେ ଦୁର୍ଘଟଣା ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟା ବଢୁଥିବା ନଜର ଆସୁଛି । ତେବେ  ରାଜ୍ୟରେ ସଡ଼କ ଦୁର୍ଘଟଣାରେ ହୋଇଥିବା ମୃତ୍ୟୁରେ ହ୍ରାସ ଦେଖିବାକୁ ମିଳୁଛି । ଏହି ସୂଚୀରେ କେରଳ ଓ ଗୁଜରାଟର ନାଁ ସାମିଲ ରହିଛି ।