ଦୟା ଓ୍ୱେଷ୍ଟ କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | August 11, 2025 IST

ଭୁବନେଶ୍ୱର ୧୧।୦୮ : ଭୁବନେଶ୍ୱର ଦୟା ଓ୍ୱେଷ୍ଟ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଠାବ । ମୃତକ ଜ୍ୟୋତି ରଞ୍ଜନ ବେହେରା ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଯୁବକଙ୍କ ବାଇକ୍ ପଡ଼ିଥିବା ଦେଖିବାକୁ ମିଳିଛି । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ। 

ଖବର ଅନୁଯାୟୀ, ରବିବାର ରାତିରେ ଯୁବକ ଜଣକ ହାଟ ଯାଇଥିଲେ । ପରେ ସୋମବାର ସକାଳୁ ଦୟା ୱେଷ୍ଟ କେନାଲରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଏନେଇ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ତେବେ ହାଟରୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ସେପଟେ ମୃତ ଯୁବକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.