ଗାଁ ଜଙ୍ଗଲରୁ ମିଳିଲା ମୃତଦେହ, ସ୍ତ୍ରୀ ଓ ପ୍ରେମିକ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ

Published By : Prameya-News7 Bureau | April 23, 2025 IST

ଦିଗପହଣ୍ଡି ୨୩।୪: ଜଙ୍ଗଲରୁ ଠାବ ହେଲା ବ୍ୟକ୍ତିଙ୍କ ମୃତଦେହ । ସ୍ତ୍ରୀ ଓ ତାଙ୍କ ପ୍ରେମିକ ମିଶି ହତ୍ୟା କରିଥିବା ଅଭିଯୋଗ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବି.ତୁରୁବୁଡି ପଂଚାୟତ ବିରିବାଡିଆ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବି.ତୁରୁବୁଡି ପଂଚାୟତ ବିରିବାଡିଆ ଗାଁ ଜଙ୍ଗଲ ମଝିରୁ ଧୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିରିବାଡିଆ ଗ୍ରାମର ଚିତ୍ରସେନ ମଲ୍ଲିକ । ଝୁଲାନ୍ତ ଅବସ୍ଥାରେ ଚିତ୍ରସେନଙ୍କ ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଗ୍ରାମବାସୀ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୋଲିସ ଛାନଭିନ ଜାରି ରଖିଛି । ସ୍ତ୍ରୀ ଓ ପ୍ରେମିକଙ୍କୁ ପୋଲିସ ପଚରାଉଚରା କରୁଛି ।

You Can Read:

ଅପହରଣ ମାମଲାରେ ଅଟକ ଥିଲେ ଦମ୍ପତ୍ତି, କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଲହୁଲୁହାଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.