ବୀଭତ୍ସ ହତ୍ୟାକାଣ୍ଡ : ଟାଙ୍ଗିଆରେ ଚୋଟ ପରେ ଚୋଟ ମାରି ଚାଲିଲେ, ଘଟଣାସ୍ଥଳରେ ହିଁ ଟଳିପଡ଼ିଲେ

Published By : Prameya-News7 Bureau | August 28, 2025 IST

BREAKING NEWS

ବରଗଡ଼ ୨୮।୮: ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ଚୋର ପରେ ଚୋଟ ମାରି ଚାଲିଲେ । ଚେୟାର ଉପରେ ବସିଥିବା ବେଳେ ଟଳିପଡିଲେ ବ୍ୟକ୍ତି । ବରଗଡ଼ ଜିଲ୍ଲା ସୋହେଲା ହଳଦୀପାଲି ପେଟ୍ରୋଲ ପମ୍ପରେ ଘଟିଛି ଏଭଳି ହୃଦୟ ବିଦାରକ ହତ୍ୟାକାଣ୍ଡ ।

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ସୋହେଲା ହଳଦୀପାଲି ପେଟ୍ରୋଲ ପମ୍ପରେ ଦିନ ଦ୍ବିପ୍ରହରରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବଳିଷ୍ଠ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ହତ୍ୟାକାରୀ ସୋହେଲା ଥାନାରେ ଅଟକ ଥିବା ସୂଚନା ମିଳିଛି।

ସିସିଟିଭିରେ କଏଦ ହୋଇଛି ହତ୍ୟାକାଣ୍ଡର ପୁରା ଦୃଶ୍ୟ । ଅଭିଯୁକ୍ତ ଜଣକ ହେଲେ ଗର୍ଭନା ଗାଁର ୨୩ ବର୍ଷ ବୟସ୍କ ଯୁବକ ଲୋମନ୍ କୁମାର ସାହୁ । ସେ ବଳିଷ୍ଠ ପ୍ରଧାନଙ୍କୁ ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

You Can Read:

ଗଣେଶ ପୂଜାରେ ଭଉଣୀ ଘରକୁ ଆସିଥିଲେ, କେନାଲ ଖସିପଡ଼ି ଯୁବକଙ୍କ ମୃତ୍ୟୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.