LIVE TV
LIVE TV

ହଂକଂ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୪୦ ଟପିଲା, ଏବେବି ୨୭୦ ନିଖୋଜ

NEWS7
man-arrested-for-duplicate-identity-of-army-officer

ନୂଆଦିଲ୍ଲୀ, ୨୭/୧୧:ହଂକଂରେ ଘଟିଥିବା ଭୟଙ୍କର ଅଗ୍ୱିକାଣ୍ଡରେ ମୃତ୍ୟୁ ସଂଖ୍ୟ ବଢିବାରେ ଲାଗିଛି । ଏବେସୁଦ୍ଧା୪୪ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ବୁଧବାର ଏଠାରେ ଥିବା କିଛିବଡ଼ ବଡ଼ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିଲା । ହୁତୁ ହୁତୁ ହୋଇ ଜଳିଯାଇଥିଲା ନଭଶ୍ଚୁମ୍ଭୀ ଅଟ୍ଟାଳିକା । ତେବେ ଘଟଣା ପାଇଁ୩ ଜଣଙ୍କୁ ଦାୟୀ କରାଯାଇ ଗିରଫ କରାଯାଇଛି ।

ପ୍ରଥମେ ତାଇ ପୋ ଜିଲ୍ଲାରେ ଥିବା ଓ୍ବାଙ୍ଗ ଫୁକ୍ କୋର୍ଟ ହାଇସିଂ କଂମ୍ଲେକ୍ସରେ ନିଆଁ ଲାଗି୧୩ ଜଣଙ୍କର ଜୀବନ ଯାଇଥିବା ଖବର ଆସିଥିଲା । ପରେ ସଂଖ୍ୟାମୃତକଙ୍କ ସଂଖ୍ୟା ୪୦ଟପିଥିଲା । ଅନେକ ଲୋକ ଏବେ ବି ବିଲ୍ଡିଂ ଭିତରେ ଫସି ରହିଛନ୍ତି । ପ୍ରାୟ୨୭୦ରୁ ଅଧିକ ଜଣ ନିଖୋଜ ଥିବା ସୂଚନା ମିଳିଛି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛି । ତେବେ ମୃତକଙ୍କ ମଧ୍ୟରେ ଅଗ୍ନିଶମ ବାହିନୀର ଯବାନ ମଧ୍ୟ ଅଛନ୍ତି ।

ଅଗ୍ନିକାଣ୍ଡ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏଥିରୁ ଜଣାପଡ଼ିଛି ଯେ, ପାଖାପାଖି ଥିବା ୫ଟି ବଡ଼ ବିଲ୍ଡିଂରେ ନିଆଁ ଲାଗିଛି । ଅନେକ ଲୋକ ନିଆଁରେ ପୋଡ଼ି ଗୁରୁତର ହୋଇଥିବା ବେଳେ ଅନେକ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଯାଇ ଅନେକ ଅଗ୍ନିଶମ ଅଧିକାରୀ ଆହତ ହୋଇଛନ୍ତି । ୩୧ ମହଲା ବିଲ୍ଡିଂରେ ନିଆଁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି । ଓ୍ବାଙ୍ଗ ଫୁକ୍ କୋର୍ଟ ଆବାସିକ ଅଞ୍ଚଳରେ ମୋଟ ୨୦୦୦ ଆପାର୍ଟମେଣ୍ଟ ରହିଛି । ଆପାର୍ଟମେଣ୍ଟ ବାହାରେ ଲାଗିଥିବା ବାଉଁଶରେ ନିଆଁ ଲାଗି ପୂରା ବିଲ୍ଡିଂକୁ ବ୍ୟାପିଯାଇଥିଲା । ସେପଟେ କେତେକ ଆପାର୍ଟମେଣ୍ଟରେ ନବୀକରଣ କାର୍ଯ୍ୟ ଚାଲିଥିଲା ବୋଲି ଜଣାପଡିଛ ।

ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ନିଆଁ ସମେତ ଉଚ୍ଚକୁ ଉଠୁଥିବା ଧୂଆଁ ମଧ୍ୟ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି କରିଛି । ନିଖୋଜମାନଙ୍କ ସନ୍ଧାନ ମଧ୍ୟ ଆରମ୍ଭ ହୋଇଛି । ହଂକଂର ଉତ୍ତରରେ ଥିବା ତାଇ ପୋ ଚୀନ୍ର ମୁଖ୍ୟ ସହର ଶେନଜେନ୍ ସୀମାରେ ଅବସ୍ଥିତ । ସେଠାକେ ବିଲ୍ଡିଂର ନବୀକରଣ କାର୍ଯ୍ୟ ପାଇଁ ବାଉଁଶର ବ୍ୟବହାର କରାଯାଏ । ଆଉ ଏହି ବାଉଁଶ ଯୋଗୁଁ ନିଆଁ ଅଣାୟତ୍ତ ହୋଇପଡ଼ିଥିବା କୁହାଯାଉଛି ।