ଉନ୍ନାଓ ଦୁଷ୍କର୍ମ କେସ: ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ବିରୋଧରେ SCଙ୍କ ଦ୍ଵାରସ୍ଥ ସିବିଆଇ

NEWS7
mamata-gives-ultimatum-to-agitating-doctors-in-state-to-resume-duty-within-four-hours

ନୂଆଦିଲ୍ଲୀ: ଉନ୍ନାଓ ବଳାତ୍କାର ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତିକୁ ବିରୋଧର କରିଛି। ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବା ଏବଂ ତାଙ୍କୁ ଜାମିନ ପ୍ରଦାନ କରିବା ଆଦେଶକୁ ଚ୍ୟାଲେଞ୍ଜ କରି ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି। ଆଜି ଏ ସମ୍ପର୍କରେ ସିବିଆଇ ଏକ ସ୍ଵତନ୍ତ୍ର ପିଟିସନ୍ (SLP) ଦାଖଲ କରିଛି। ପୂର୍ବରୁ ୨୦୧୯ ଡିସେମ୍ବରରେ ଏକ ନିମ୍ନ ଅଦାଲତ କୁଲଦୀପ ସିଂହ ସେଙ୍ଗରଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ଆଜୀବନ କାରାଦଣ୍ଡ ସହିତ, ନିମ୍ନ ଅଦାଲତ ସେଙ୍ଗରଙ୍କ ଉପରେ ୨୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଥିଲେ। ୨୦୨୦ ଜାନୁଆରୀରେ, ସେଙ୍ଗର ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ। ୨୦୨୨ ମାର୍ଚ୍ଚରେ ସେ ଦଣ୍ଡାଦେଶ ସ୍ଥଗିତ ରଖିବା ପାଇଁ ଏକ ଆବେଦନ ଦାଖଲ କରିଥିଲେ। ହାଇକୋର୍ଟରେ ସେଙ୍ଗରଙ୍କ ଏମିତି ଆବେଦନକୁ CBI ଏବଂ ପୀଡିତା ଦୃଢ଼ ବିରୋଧ କରିଥିଲେ।

କୌଣସି ଆଶ୍ୱସ୍ତି ପ୍ରଦାନ କରାଯିବା ଉଚିତ ନୁହେଁ

ପୀଡ଼ିତା ଏବଂ ସିବିଆଇ ଉଭୟ ପକ୍ଷ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ ମାମଲା ଅତ୍ୟନ୍ତ ଗମ୍ଭୀର ଏବଂ ଅଭିଯୁକ୍ତଙ୍କୁ କୌଣସି ଆଶ୍ୱସ୍ତି ପ୍ରଦାନ କରାଯିବା ଉଚିତ ନୁହେଁ। ଏହା ସତ୍ତ୍ଵେ ଦିଲ୍ଲୀ ହାଇକୋର୍ଟ ଚଳିତ ମାସ ୨୩ରେ ସେଙ୍ଗରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି। ଯେପର୍ଯ୍ୟନ୍ତ ଆବେଦନର ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ସେଙ୍ଗରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।ତଥାପି, ସେଙ୍ଗର ତୁରନ୍ତ ଜେଲରୁ ମୁକୁଲିବା ଆଶା କ୍ଷୀଣ।

ଦଣ୍ଡାଦେଶ ସ୍ଥଗିତ ରଖିବା ଏବଂ ଜାମିନ ପ୍ରଦାନ କରିବା ନ୍ୟାୟର ଉପହାସ

ସେଙ୍ଗର ହତ୍ୟାର ଅନ୍ୟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ଯେଉଁଥିରେ ତାଙ୍କୁ ପୂର୍ବରୁ ୧୦ ବର୍ଷ ଜେଲଦଣ୍ଡ ଦିଆଯାଇଛି। ବର୍ତ୍ତମାନ, ହାଇକୋର୍ଟଙ୍କ ନିଷ୍ପତ୍ତି ପରେ, ସିବିଆଇ ଏହାକୁ ପୁଙ୍ଖାନୁପୁଙ୍ଖ ଭାବରେ ଅଧ୍ୟୟନ କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି। ଏଜେନ୍ସି ଯୁକ୍ତି ରଖିଛି ଯେ ଏତେ ଗୁରୁତର ଅପରାଧ ପାଇଁ ଦଣ୍ଡାଦେଶ ସ୍ଥଗିତ ରଖିବା ଏବଂ ଜାମିନ ପ୍ରଦାନ କରିବା ନ୍ୟାୟ ପାଇଁ ଉପହାସ।