LIVE TV

ଚଳିତ ବର୍ଷ ଶିମିଳିପାଳରେ ବଢ଼ିଛନ୍ତି ବାଘ, ୩୨ରେ ପହଞ୍ଚିଲା ସଂଖ୍ୟା

NEWS7
mamata-banerjee-will-come-to-bhubaneswar-on-wednesday

ଭୁବନେଶ୍ବର ୨୫।୧୧: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇଛି । ବାଘ କେବଳ ଶିମିଳିପାଳ ଅଭୟାରଣ୍ୟରେ ରହିଛନ୍ତି । ଏବେବି ସାତକୋଶିଆ ବାଘ ଶୂନ୍ୟ ହୋଇ ରହିଛି । ଏ ନେଇ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି ।

​​​​​​​

ସେ କହିଛନ୍ତି, ଚଳିତ ବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି । ଗତ ବର୍ଷ ଶିମିଳିପାଳରେ ୨୭ଟି ବାଘ ରହିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩୨ରେ ପହଞ୍ଚିଛି । ସେହିପରି ଶିମିଳିପାଳରେ ୯ଟି ଛୋଟ ବାଘ ଛୁଆ ଥିବା ଜଣାପଡିଛି । ଯଦିଓ ପ୍ରତି ଚାରି ବର୍ଷରେ ଥରେ ବ୍ୟାଘ୍ର ସର୍ଭେ ରିପୋର୍ଟ ଜାତୀୟ ବ୍ୟାଘ୍ର ଗଣନା ତଥ୍ୟ ଅନୁଯାଇ ଆସନ୍ତା ବର୍ଷ ଜୁନ୍ ମାସରେ ଆସିବ । ବନ ବିଭାଗର ପର୍ଯ୍ୟାୟକ୍ରମେ କରାଯାଉଥିବା ଆଭ୍ୟନ୍ତରୀଣ ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍ତି ।