LIVE TV

ବାପାଙ୍କ ଆରୋଗ୍ୟ କାମନା ପାଇଁ ଯାଇ ଦଳାଚକଟାରେ ପ୍ରାଣ ଗଲା, ଯୁବତୀଙ୍କ ମରଶରୀର ନେଇ ଫେରୁଛନ୍ତି ପରିବାର

NEWS7
mamata--banerjee-big-jolt-to-congress-says-part-have-no-existence-in-west-bengal-

ଦିଗପହଣ୍ଡି ୧୧: ଆନ୍ଧ୍ରପ୍ରଦେଶ କାଶୀବୁଗା ଭେଙ୍କଟେଶ୍ବର ମନ୍ଦିର ଟ୍ରାଜେଡିରେ ଗଞ୍ଜାମ ପାତ୍ରପୁର ବ୍ଲକ ଗୁଡ଼ିପଦର ଗାଁର ଯୁବତୀ ପ୍ରାଣ ହରାଇଛନ୍ତି । ମୃତ ଯୁବତୀ ହେଲେ ଆର. ରୁପା ଏକାଦଶୀ ଦର୍ଶନ ବେଳେ ଦଳାଚକଟାରେ ପ୍ରାଣ ହରାଇଥିଲେ ୧୦ ଜଣ ସେଥିମଧ୍ୟରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଯୁବତୀ ଜଣଙ୍କ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଗୁଡ଼ିପଦର ଗାଁର ବୋଲି ଜଣାପଡିଛି

ଯୁବତୀ ଜଣଙ୍କ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମର କାଶୀବୁଗା ସ୍ଥିତ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ବୁଲି ଯାଇଥିଲେ ସେଠାରେ ଦଳାଚକଟା ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଛି । ଯୁବତୀଙ୍କ ସହ ଯାଇଥିବା ଆଉ ଜଣେ ମହିଳା ଦଳାଚକଟାରେ ଗୁରୁତର ହୋଇଥିବା ଜଣାପଡିଛି ମରଶରୀର ଧରି ଗାଁକୁ ଆସୁଛନ୍ତି ପରିବାର ଲୋକେ ଅସୁସ୍ଥ ବାପାଙ୍କ ଆରୋଗ୍ୟ କାମନା ପାଇଁ ଭେଙ୍କଟେଶ୍ବର ମନ୍ଦିରକୁ ଯାଇଥିଲେ ।