ମନ୍ଦିରର କବାଟ ଭାଙ୍ଗି ଦାନ ହୁଣ୍ଡିରୁ ଲୁଟ୍, ଖୁଚୁରା ପଇସା ଛାଡି ନୋଟ୍ ନେଇଗଲେ ଦୁର୍ବୃତ୍ତ

NEWS7
mallikarjun-kharge-resigns-from-rajyasabha-opposition-leader-post

ପାଟଣା ୨୧।୧୨: ମନ୍ଦିରର କବାଟ ଭାଙ୍ଗି ଦାନ ହୁଣ୍ଡିରୁ ଲୁଟ୍ । ହୁଣ୍ଡି ଭାଙ୍ଗି ଖୁଚୁରା ପଇସାକୁ ଛାଡି ନୋଟ୍ ନେଇଗଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଥିବା ଆନନ୍ଦେଶ୍ବର ଶିବ ମନ୍ଦିର ପରିସରରୁ ଲୁଟ୍ ହୋଇଛି । ପୋଲିସ ଘଟଣାର ତନାଘନା ଚଳାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟରେ ଥିବା ଆନନ୍ଦେଶ୍ବର ଶିବ ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିର ଏବଂ ରାମ ମନ୍ଦିରର କବାଟ ଭାଙ୍ଗି ବିଳମ୍ବିତ ରାତିରେ  ଲୁଟ୍ ହୋଇଛି । ଦୁର୍ବୃତ୍ତ ମାନେ କେବଳ ମନ୍ଦିରରେ ଥିବା ଦାନ ହୁଣ୍ଡିକୁ ଭାଙ୍ଗି ହୁଣ୍ଡି ଭିତରେ ଥିବା ଖୁଚୁରା ପଇସା ଛାଡି ନୋଟ୍ ଲୁଟି ନେଇଛନ୍ତି । ରବିବାର ସକାଳୁ ମନ୍ଦିରର ପୂଜକ ପୂଜା କରିବା ପାଇଁ ଆସୁଥିବା ସମୟରେ ହୁଣ୍ଡି ବାକ୍ସ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଚୋରି ହୋଇଥିବା ଜାଣି ପାଟଣା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ଛାନଭିନ ଜାରି ରଖିଛି ।