ମାଲକାନଗିରି ୯।୮: ମାଲକାନଗିରି ବନ ବିଭାଗ ପକ୍ଷରୁ ଭାରତୀୟ ଫ୍ଲାପସେଲ୍ କଇଁଛ ଶିକାରର ପ୍ରଥମ ମାମଲା । ମୋଟୁ ବନାଞ୍ଚଳ ଅଧିକାରୀ ପ୍ରଥମ ଥର ପାଇଁ ଭାରତୀୟ ଫ୍ଲାପସେଲ୍ କଇଁଛ ଶିକାର ନେଇ ଏହି ମାମଲା ରୁଜୁ କରିଛନ୍ତି । ଆନ୍ଧ୍ର ପ୍ରଦେଶ ମୋଟୁ ସିମାନ୍ତରେ ଥିବା ସିଲେରୁ ନଦୀରେ ମାଛ ଧରିବା ଲାଗି ହୁକ୍ ବ୍ୟବହାର କରି ୧୮ଟି କଇଁଛ ଶିକାର କରିବା ପରେ ଏହାକୁ ଏମପିଭି-୮୧ ଗାଁକୁ ଚାଲାଣ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ଅଭିଯୁକ୍ତଙ୍କ ଠାରୁ କଇଁଛ ଏବଂ ପରିବହନ ପାଇଁ ବ୍ୟବହୃତ ମୋଟର ସାଇକେଲ ଜବତ କରାଯାଇଛି । ତଦନ୍ତ ଅଧିକାରୀ ଏସିଏଫ୍ ମନସୁନ୍ ଖେମୁଣ୍ଡୁ କହିଛନ୍ତି ଯେ, ବ୍ୟବସାୟିକ ଉଦ୍ଦେଶ୍ୟରେ ଏହିସବୁ କଇଁଛ ଶିକାର କରାଯାଇଛି । ମୋଟୁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଏମପିଭି-୮୧ ଗ୍ରାମର ବିପନ ରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
You Can Read:
କାଠିଆପଡ଼ା ଛାତ୍ରୀ ପୋଡ଼ି ଘଟଣାରେ ପୋଲିସକୁ ମିଳିଛି ନୂଆ ଆଙ୍ଗେଲ, ପଡ଼ୋଶୀଙ୍କ ସିସିଟିଭି ଖୋଲିବ କି ଗୁମର ?