IND vs NZ ଟି-୨୦ ସିରିଜରୁ ବାଦ୍ ପଡ଼ିଲେ ତିଳକ ବର୍ମା, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

NEWS7
malaika-arora-gets-spotted-airport-arjun-kapoor

ନୂଆଦିଲ୍ଲୀ: ତିଳକ ବର୍ମାଙ୍କୁ ନେଇ ଆସିଛି ବଡ଼ ଖବର। ଏହି ତାରକା ବ୍ୟାଟର ଆହତଜନିତ ସମସ୍ୟା କାରଣରୁ ଭାରତ ବନାମ ନ୍ୟୁଜିଲାଣ୍ଡ ଟି-୨୦ ସିରିଜରୁ ସଂପୂର୍ଣ୍ଣ ବାଦ୍ ପଡ଼ିଛନ୍ତି। ଆଘାତ କାରଣରୁ ସେ ପ୍ରଥମ ତିନୋଟି ଟି-୨୦ ମ୍ୟାଚରୁ ବାହାରେ ଥିଲେ। ସୋମବାର ବିସିସିଆଇ ସଦ୍ୟତମ ସୂଚନା ଦେଇ କହିଛି ଯେ, ତିଳକ ଅବଶିଷ୍ଟ ଦୁଇଟି ମ୍ୟାଚ୍ ପାଇଁ ଦଳରେ ଉପଲବ୍ଧ ହେବେ ନାହିଁ। ତାଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ୍ ଥିବା ଶ୍ରେୟସ ଆୟର ଅବଶିଷ୍ଟ ଦୁଇଟି ମ୍ୟାଚ୍ ପାଇଁ ଦଳରେ ରହିବେ।

ବିସିସିଆଇର ପ୍ରେସ ବିବୃତ୍ତି ଅନୁଯାୟୀ, ଭାରତୀୟ ବ୍ୟାଟର ତିଳକ ବର୍ମା ଫିଜିକାଲ୍ ଟ୍ରେନିଂ ପୁଣି ଥରେ ଆରମ୍ଭ କରି ଦେଇଛନ୍ତି।ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ ନିଜର ପୁନଃଥଇଥାନ ପ୍ରକ୍ରିୟାରେ ସୁଧାର କରୁଛନ୍ତି। ତଥାପି ତାଙ୍କୁ ପୂରା ମ୍ୟାଚ୍ ଫିଟନେସ୍ ହାସଲ କରିବା ପାଇଁ ଆଉ କିଛି ସମୟ ଲାଗିବ। ତେଣୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଅବଶିଷ୍ଟ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ମଧ୍ୟ ଦଳରେ ଉପଲବ୍ଧ ହେବେ ନାହିଁ।

ତିଳକ ପୂରା ଫିଟନେସ୍ ହାସଲ କରିବା ପରେ ମୁମ୍ବାଇରେ ଦଳ ସହ ଯୋଗ ଦେବେ। ଟି-୨୦ ବିଶ୍ଵକପ୍ ୨୦୨୬ ପାଇଁ ଭାରତର ଓ୍ଵାର୍ମଅପ୍ ମ୍ୟାଚ୍ ପୂର୍ବରୁ ତିଳକ ଦଳରେ ସାମିଲ୍ ହେବେ। ଚୟନ କମିଟି ସୁପାରିଶ କରିଛନ୍ତି ଯେ, ଶ୍ରେୟସ ଆୟର ବାକି ଦୁଇଟି ମ୍ୟାଚ୍ ପାଇଁ ଦଳରେ ରହିବେ। ଭାରତ ଟି-୨୦ ବିଶ୍ଵକପ୍ ୨୦୨୬ରେ ନିଜର ଅଭିଯାନ ଫେବୃଆରୀ ୭ରେ କରିବ। ଏହା ପୂର୍ବରୁ ତିଳକଙ୍କ ଆଗମନ ଭାରତୀୟ ଦଳ ପାଇଁ ଭଲ ସଙ୍କେତ।

ଭାରତର ଅପଡେଟେଡ ଟି-୨୦ ଦଳ

ସୂର୍ଯ୍ୟକୁମାର ଯାଦବ(ଆଇସିସି), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ(ଉପ ଅଧିନାୟକ), ରିଙ୍କୁ ସିଂ, ଯଶପ୍ରୀତ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଇଶାନ କିଶନ(ଓ୍ଵିକେଟ୍ କିପର), ରବି ବିଷ୍ଣୋଇ।