ସୀତାପୁର ୧୬।୦୩; ଉତ୍ତରପ୍ରଦେଶର ସୀତାପୁରରେ ଅଘଟଣ । ଡଙ୍ଗା ଓଲଟିଯିବାରୁ ସେଥିରେ ବସିଥିବା ସମସ୍ତ ୧୬ ଯାତ୍ରୀ ନଦୀରେ ଖସିପଡ଼ିଥିଲେ। ସେମାନଙ୍କ ମଧ୍ୟରୁ୩ ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଯୁବକ ଅଛନ୍ତି। ଅନ୍ୟ ପକ୍ଷରେ ନଦୀରୁ ଉଦ୍ଧାର କରାଯାଇ ହସ୍ପିଟାଲ ଭର୍ତ୍ତି କରାଯାଇଛି । ସୀତାପୁରର ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ଶାରଦା କେନାଲରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ ୧୬ ଜଣ ଲୋକ ଏକ ଡଙ୍ଗାରେ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ବେଳେ ହଠାତ୍ ମଝିରେ ଅନିୟନ୍ତ୍ରିତ ହୋଇ ଭାବେ ଡଙ୍ଗା ବୁଡ଼ି ଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟାମାନଙ୍କ ଅବସ୍ଥା ବିପଦରୁ ବାହାରେ ଅଛି।