ପନ୍ନା ସିମେଣ୍ଟ ପ୍ଲାଣ୍ଟରେ ବଡ ଅଘଟଣ ; ସ୍ଲାବ ପଡି ୨ ଶ୍ରମିକ ମୃତ, ୫୦ ଆହତ

Published By : Prameya-News7 Bureau | January 30, 2025 IST

ନୂଆଦିଲ୍ଲୀ ୩୦।୦୧; ମଧ୍ୟପ୍ରଦେଶରେ ବଡ ଅଘଟଣ । ନିର୍ମାଣଧୀନ ଛାତରୁ ଖସିଲା ସ୍ଲାବ । ୨ ଶ୍ରମିକ ମୃତ । ୫୦ରୁ ଅଧିକ ଆହତ ହୋଇଛନ୍ତି। ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାର ସିମରିୟା ଥାନା ଅଞ୍ଚଳରେ ଥିବା ଏକ ସିମେଣ୍ଟ କାରଖାନାରେ ଏହି ଘଟଣା ଘଟିଥିଲା । ତେବେ ଘଟଣା ସମୟରେ ଶହ ଶହ ଶ୍ରମିକ କାମ କରୁଥିବା ଜଣାପଡ଼ିଛି । ବର୍ତ୍ତମାନ ଉଦ୍ଧାରକାର୍ଯ୍ୟ ଜାରି ରହିଛି । 

ତେବେ ସୂଚନା ମୁତାବକ, ଗୁରୁବାର  ଅର୍ଥାତ ଆଜି ସକାଳେ ପନ୍ନାରେ ଥିବା ଜେକେ ସିମେଣ୍ଟ କାରଖାନାରେ ଏହି ଘଟଣା ଘିଟିଛି। କାରଖାନାରେ ଛାତ କାମ ଚାଲିଥିବା ବେଳେ ସ୍ଲାବଟି ଖସି ପଡ଼ୁଥିଲା। ଯେଉଁଠାରେ ଶହ ଶହ ଶ୍ରମିକ କାମ କରୁଥିଲେ । ଏହି ସ୍ଲାବ ଖସି ପଡିବାରୁ ଶ୍ରମିକ ଏହା ତଳେ ଚାପି ହୋଇଯାଇଥିଲେ । ଯାହାଫଳରେ ଦୁଇରୁ ଅଧିକ ଶ୍ରମିକଙ୍କର ମୃତ୍ୟୁ ହୋଇଛି।

ଏଥିସହ ଅନେକ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସେପଟେ ଦୁର୍ଘଟଣା ପରେ, ସୁରକ୍ଷା ଦୃଷ୍ଟିରୁ କାରଖାନା ଭିତରକୁ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ପୋଲିସ ଏବଂ ପ୍ରଶାସନ ଦଳ ଭଗ୍ନାବଶେଷରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାରେ ବ୍ୟସ୍ତ ଅଛନ୍ତି। ଏଥିସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.