ସାମ୍ବାଦିକଙ୍କୁ ବାନ୍ଧି ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଠିକାଦାର ଗିରଫ

Published By : Prameya-News7 Bureau | May 27, 2025 IST

ବଲାଙ୍ଗିର: ସାମ୍ବାଦିକଙ୍କୁ ଅମାନୁଷିକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳେଇ ଗିରଫ। ମଙ୍ଗଳବାର ଝାରସୁଗୁଡ଼ାରୁ ଗଜେନ୍ଦ୍ରଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଏବେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। 

ସୂଚନାଥାଉକି, ଗତ ଶନିବାର ପୁଇଁତଳା ବ୍ଲକ କୁଲୁଥିପାଲି ଗାଁରେ ନିମ୍ନମାନର ସରକାରୀ କାମ ହେଉଥିବା ଅଭିଯୋଗ ପାଇ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକ ବିଜୟ ପ୍ରଧାନ। ହେଲେ ସେହି ସମୟରେ ଠିକାଦାର ଓ ତାଙ୍କ ସହଯୋଗୀମାନେ ପହଞ୍ଚି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନେ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ତାଙ୍କର ୩ଟି ମୋବାଇଲ, ୫ଟି ସିମ୍, ବୁମ୍, ଏଟିଏମ୍‌ କାର୍ଡ ଆଦି ଭାଙ୍ଗି ଦେଇଥିଲେ। 

ଏନେଇ ସାମ୍ବାଦିକ ଜଣଙ୍କ ପୁଇଁତଳା ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ଆକ୍ରମଣ ଘଟଣାର ପ୍ରତିବାଦ କରି ଜିଲ୍ଲା ସାମ୍ବାଦିକ ସଙ୍ଘ ତଥା କାର୍ଯ୍ୟରତସାମ୍ବାଦିକ ମାନେ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଉ ଖୁବ୍‌ଶୀଘ୍ର ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.