Live Live
LIVE

ରାତି ଅଧରେ ମିସାଇଲ ମୁତୟନ କଲା ଜାପାନ, ରାଡାରରେ ଚାଇନାର ଗୁରୁତ୍ୱପୂର୍ଣ୍ଣ ସହର

NEWS7
main-accused--remand-start-form-monday

ଟୋକିଓ, ୧୦ /୦୩: ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ । ପୂର୍ବ ଏସିଆରେ ଚାଇନାର ମନମାନୀ । ଏସବୁ ଭିତରେ ବଡ ପଦକ୍ଷେପ ନେଇଛି ଜାପାନ । ନିଜର ସୈନ୍ୟ ତଥା ପ୍ରତିରକ୍ଷା କ୍ଷମତାକୁ ଶକ୍ତିଶାଳୀ କରିବା ପାଇଁ ଜାପାନ ଏକ ମିସାଇଲ ସିଷ୍ଟମକୁ ପରୀକ୍ଷଣ କରିବା ସହ ମୁତୟନ କରିଛି । ଯାହାର ଦୂରତା ୧୦୦୦ କିଲୋମିଟର । ଏହା ଟାଇପ୍ ୧୨ ଦୂରତାକୁ ଭେଦ କରିପାରୁଥିବା ମିସାଇଲ୍ ସିଷ୍ଟମ୍ । ଯାହା ଫଳରେ ଚାଇନାର ଅନେକ ଅଞ୍ଚଳକୁ ଜାପାନ ଟାର୍ଗେଟ୍ କରିପାରିବ ।

ଟାଇପ୍-୧୨ ମିସାଇଲ୍ ସିଷ୍ଟମକୁ ଜାପାନରେ ପ୍ରସ୍ତୁତ କରାଯାଇଛି । ଏହାକୁ ଦକ୍ଷିଣ-ପଶ୍ଚିମରେ ଥିବା କୁମାମୋଟୋରେ ମୁତୟନ କରାଯିବ । ତେବେ ଖୁବ୍ ଗୋପନୀୟ ଭାବେ ଏହି ପ୍ରକ୍ରିୟା ସମ୍ପାଦନ ହୋଇଛି । ସୈନ୍ୟ ବାହାନ ଜରିଆରେ ରାତି ଅଧରେ ହିଁ ଏହାକୁ କୁମାମୋଟୋ ପଠାଯାଇଛି । ଏହା ପ୍ରଥମ ଥର କି ଜାପାନ ନିଜ ଦେଶରେ ବିକଶିତ ହୋଇଥିବା ମିସାଇଲକୁ ମୁତୟନ କରୁଛି । ଯାହା ଦେଶର କାଉଣ୍ଟର ଷ୍ଟ୍ରାଇକ୍ କ୍ଷମତାକୁ ମଜବୁତ କରିବ ।

୧୦୦୦ କିଲୋମିଟରର କ୍ଷମତା

ଜାପାନର ଟାଇପ୍ ୧୨ ମିସାଇଲର ପ୍ରାୟ ୧୦୦୦ କିମି ଦୂରତାରେ ଥିବା ଟାର୍ଗେଟକୁ ଭେଦ କରିପାରିବ । ଏହାର ପୁରୁଣା ମଡେଲର କ୍ଷମତା ୨୦୦ କିଲୋମିଟଟର ଥିଲା । କିନ୍ତୁ ନୂଆ ମିସାଇଲ ସିଷ୍ଟମର କ୍ଷମତା ପୂର୍ବଠୁ ଅନେକ ଗୁଣ ଅଧିକ । ଯାହା ଚୀନର ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ନିଜ ରାଡାର୍ ଭିତରେ ରଖିଛି । ପୂର୍ବ ଚାଇନା ସାଗରରେ ନିଜର ଶକ୍ତି ବୃଦ୍ଧି ପାଇଁ ଜାପାନ ଏପରି କରିଥିବା ବିଶେଷଜ୍ଞ କହୁଛନ୍ତି ।

ଜାପାନ ଦୀର୍ଘଦିନ ଧରି ତାଇଓ୍ୱାନ ନିକଟରେ ଚାଇନାର ଗତିବିଧିକୁ ନେଇ ଅସନ୍ତୁଷ୍ଟ ଥିଲା । ତେଣୁ ନିଜର ପ୍ରତିରକ୍ଷା ନୀତିରେ ଏହି ପ୍ରଶାନ୍ତ ମହାସାଗରୀୟ ଦେଶ ପରିବର୍ତ୍ତନ କରୁଛି । ଅଧିକରୁ ଅଧିକ ଆକ୍ରମଣାତ୍ମକ କ୍ଷମତାକୁ ବିକଶିତ କରାଯାଉଛି । ଯାହା ଫଳରେ ଚାଇନା ଦେଉଥିବା ଧମକର ଉଚିତ ଜବାବ ଦିଆଯାଇପାରିବ ।