ମାହୀଙ୍କୁ ନେଇ ମଜ୍ଜାଦାର କଥା ସେୟାର କଲେ ପୂର୍ବତନ କୋଚ୍, କହିଲେ ଏମିତି

Published By : Prameya-News7 Bureau | June 11, 2025 IST

ନୂଆଦିଲ୍ଲୀ ୧୧/୦୬: ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ । କେବଳ କ୍ରିକେଟ ନୁହେଁ ଭାଷ୍ୟକାର ହିସାବରେ ବି ସେ ଦମ୍‌ଦାର । ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ସେୟାର କରିଛନ୍ତି ମଜାଦାର ଟିପ୍ପଣୀ । ଶାସ୍ତ୍ରୀ ଧୋନୀଙ୍କୁ ପକେଟମାରଙ୍କ ସହ ତୁଳନା କରିଛନ୍ତି । ସେ ଏଭଳି କହିବାର କାରଣ ହେଉଛି ଧୋନୀଙ୍କ ସ୍ପିଡ୍ ଷ୍ଟମ୍ପିଂ । 

ଓ୍ୱିକେଟ କିପର ଭାବେ ମାହିଙ୍କ ଦ୍ରୁତ ଷ୍ଟମ୍ପିଂ ଦକ୍ଷତାକୁ ସେ ବିଚକ୍ଷଣ ବୋଲି କହିଛନ୍ତି । ରବି କହିଛନ୍ତି ଧୋନୀ ୱିକେଟ୍ ପଛରେ ରହି ଏମିତି କାମ କରନ୍ତି ଯେ, ବ୍ୟାଟ୍ସମ୍ୟାନ୍ କେତେବେଳେ ଆଉଟ୍ ହୋଇଯାଏ ବି ସେ ଜାଣିପାରନ୍ତିନି । ଆଇସିସିର ଏକ ଇଭେଣ୍ଟରେ ରବି ଶାସ୍ତ୍ରୀ କହିଥିଲେ ‘ଏମଏସ୍ ଧୋନୀଙ୍କ ହାତ ପକେଟମାରଙ୍କଠାରୁ ବି କ୍ଷୀପ୍ର । ଯଦି ଖେଳାଳି ଭାରତର କୌଣସି ବଡ଼ ମ୍ୟାଚ୍ ଖାସ କରି ଅହମ୍ମଦାବାଦରେ ଖେଳୁଥିଲେ ତେବେ ଧୋନୀଙ୍କୁ ନେଇ ସତର୍କ ରୁହନ୍ତୁ । 


ଧୋନୀ ବ୍ୟାଟ୍ସମ୍ୟାନଙ୍କ ପଛରେ ରହି ଏମିତି ପକେଟମାର କରିବେ ଯେ କେହି ଜାଣିପାରିବେନି ।’ ତେବେ ରବି ଶାସ୍ତ୍ରୀଙ୍କ ଏହି ବୟାନ ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହେଉଛି । ରବି କହିଛନ୍ତି ଯେ ‘ଧୋନୀ ଶତକ ମାରନ୍ତୁ କି ଶୂନରେ ଆଉଟ୍ ହୁଅନ୍ତୁ ତାଙ୍କ ଚେହେରାର ଅବସ୍ଥା ସବୁବେଳେ ସମାନ ଥାଏ । ଏହି ଦକ୍ଷତା ହିଁ ତାଙ୍କୁ ଖାସ କରିଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.