Monalisa Wedding Controversy: ଫରମାନଙ୍କ ସହ ବିବାହ ପରେ ବଢିଲା ମୋନାଲିସାଙ୍କ ସମସ୍ୟା, ଶାଶୁ-ଶ୍ୱଶୁର କହିଲେ-ତାକୁ ଆମେ ଗ୍ରହଣ କରିବୁନି

NEWS7
mahasatra-news-today-2

ନୂଆଦିଲ୍ଲୀ, ୧୩। ୦୩ : ଭାଇରାଲ ଗାର୍ଲ ମୋନାଲିସା ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । କୁମ୍ଭ ମେଳାରେ ମାଳା ବିକୁଥିବା ମୋନାଲିସା ଭାଇରାଲ ହେବା ପରେ ଫିଲ୍ମରେ କାମ ପାଇଥିଲେ ଆଉ ଏବେ ମୁସଲିସ ଯୁବକ ଫରମାନଙ୍କୁ ବିବାହ କରିବା ପରେ ଗଣମାଧ୍ୟମରେ ହେଡଲାଇନ୍ ପାଲଟିଛନ୍ତି । ତାଙ୍କୁ କେହି ସମାଲୋଚନା କରୁଥିବାବେଳେ ଆଉ କିଛି ଲୋକ ସମର୍ଥନ ମଧ୍ୟ କରୁଛନ୍ତି । ତେବେ ଏହାରି ଭିତରେ ସ୍ବାମୀ ଫରମାନଙ୍କ ବାପା ଜାଫର ଅଲ୍ଲି ପୁଅ-ବୋହୂଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଅଧିକ ପଢନ୍ତୁ- Actor Death: ନିରବୀ ଗଲେ ଉଜ୍ଜ୍ବଳ ତାରକା, ୨୭ ବର୍ଷୀୟ ଅଭିନେତାଙ୍କ ମୃତ୍ୟୁକୁ ନେଇ ହଇଚଇ

ଏ ସମ୍ପର୍କକୁ ନେଇ ସିଧାସଳଖ ଅସନ୍ତୋଷ ପ୍ରକାଶ କରିଛନ୍ତି ଜାଫର । ସେ କହିଛନ୍ତି କି, ଆମେ ମୁସଲମାନ ହୋଇଥିବାବେଳେ ଝିଅଟି ହେଉଛି ହିନ୍ଦୁ । ଅଲଗା ଧର୍ମର ହୋଇଥିବାବେଳେ ତାଙ୍କ ସମ୍ପ୍ରଦାୟ ଏହାକୁ ଗ୍ରହଣ କରିନପାରେ ବୋଲି ମଧ୍ୟ କହିଛନ୍ତି । ଏହା ସହ ସେ ଆହୁରି କହିଛନ୍ତି କି, ମୁଁ ଏହି ବିବାହରେ ଖୁସି ନାହିଁ । କାରଣ ସେ ଅଲଗା ଧର୍ମର।

ଏବେ ଏହାକୁ ନେଇ ଆମ ପରିବାର ମଧ୍ୟ ଅସୁବିଧାରେ ପଡ଼ିପାରେ । ପୁଅ ବେଳେବେଳେ ଘରକୁ ଆସେ । କିନ୍ତୁ ସେ ଏ ସମ୍ପର୍କରେ କେବେ କିଛି କହିନାହିଁ । ଏହା ତାର ପ୍ରଥମ ଭୁଲ୍ । କିନ୍ତୁ ଆମେ ଏ ବାହାଘରକୁ ଗ୍ରହଣ କରିବୁନି କି ମାନିପାରିବୁନି । ଫରମାନଙ୍କ ଭାଇ ମଧ୍ୟ ଏ ସମ୍ପର୍କକୁ ଗ୍ରହଣ କରିପାରିବେ ନାହିଁ ବୋଲି ଖୋଲି ଖୋଲି କହିଛନ୍ତି ।

ଅଧିକ ପଢନ୍ତୁ- ଗୌରବ କପୁରଙ୍କ କନିଆ ସାଜିଲେ କୃତିକା କାମରା, ସାମ୍ନାକୁ ଆସିଲା ୱେଡିଂ ଫଟୋ