LIVE TV

ନେତା ହେବାକୁ ମନା କଲେ ତେଜସ୍ୱୀ, ହଠାତ ଅଟକାଇଲେ ଲାଲୁ...

NEWS7
mahaprasad-kudua-is-available-free-of-cost-to-the-devotees-in-the-temple

ନୂଆଦିଲ୍ଲୀ, ୧୮|୧୧: ବିହାର ରାଜନୀତିକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ପରାଜୟ ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଝଡ ସୃଷ୍ଟି ହୋଇଥିଲା । ଯାହା ଏବେବି ଥମିନି । ଏହାରି ଭିତରେ ଆରଜେଡି ବୈଠକରେ ବଡ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଚେହେରା ହୋଇଥିବା ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ।

ସୂଚନାନୁସାରେ, ସୋମବାର ଆରଜେଡିର ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ଲାଲୁ ପ୍ରସାଦ ଯାଦବଙ୍କ ସହ ପୁଅ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ସେ କହିଥିଲେ ଯେ, ବିଧାୟକମାନେ କାହାକୁ ମଧ୍ୟ ନେତା ବାଛିପାରିବେ । ଏଥିରେ ତାଙ୍କର କୌଣସି ଅସୁବିଧା ନାହିଁ । କିନ୍ତୁ ତେଜସ୍ୱୀଙ୍କ କଥାକୁ ରୋକିଥିଲେ ଲାଲୁ । ବିହାର ବିଧାନସଭାରେ ତେଜସ୍ୱୀ ହିଁ ଦଳର ନେତା ହେବେ ବୋଲି ଲାଲୁ କହିଛନ୍ତି ।

ବୈଠକରେ ଲାଲୁଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଓ ବଡ ଝିଅ ତଥା ସାଂସଦ ମିସା ଭାରତୀ ଉପସ୍ଥିତ ଥିଲେ । ଏଥିରେ ସାମିଲ ଥିବା ଜଣେ ବିଧାୟକ କହିଛନ୍ତି ଯେ, ତେଜସ୍ୱୀ ଭାବବିହ୍ୱଳ ହୋଇଯାଇଥିଲେ । ଅନ୍ୟ କାହାକୁ ନେତା ବାଛିବାକୁ ସେ ସମସ୍ତ ବିଧାୟକଙ୍କୁ କହିଥିଲେ । ଏହାସହ ରୋହିଣୀଙ୍କୁ ପରାଜୟ ପାଇଁ ପରୋକ୍ଷ ଭାବେ ଦାୟୀ କରିଥିଲେ ତେଜସ୍ୱୀ । ରୋହିଣୀ ଜଣଙ୍କୁ ଟିକେଟ୍ ଦେବାକୁ କହିଥିଲେ କିନ୍ତୁ ତେଜସ୍ୱୀ ମନା କରିଥିଲେ । ସେ ଦଳକୁ ଦେଖିବେ ନା ପରିବାରକୁ ଦେଖିବେ ବୋଲି ସମସ୍ତ ନେତାଙ୍କୁ ପଚାରିଥିଲେ ।

ବୈଠକ ପରେ ବରିଷ୍ଠ ଆରଜେଡି ନେତା ଜଗଦାନନ୍ଦ ସିଂ କହିଛନ୍ତି ଯେ, ଦଳୀୟ ପ୍ରାର୍ଥୀମାନେ ଇଭିଏମ ପାଇଁ ହାରିଛନ୍ତି । ଇଭିଏମ ମେସିନ ଥିବା ଯାଏଁ ଗଣତନ୍ତ୍ର ବିପଦରେ ରହିଥିବା ସେ ଅଭିଯୋଗ କରିଛନ୍ତି । ମେସିନକୁ ବାରମ୍ବାର ଅପବ୍ୟବହାର କରାଯାଉଛି । ଏହା ବଦଳରେ ନିର୍ବାଚନରେ ପେପର ବ୍ୟାଲଟ ବ୍ୟବହାର ହେଉ ବୋଲି ଜଗଦାନନ୍ଦ ପ୍ରକାଶ କହିଥିଲେ ।