LIVE TV
LIVE TV

୬ ଟଙ୍କାରୁ ୧୮ ଶହ କୋଟି,ଆମୀର ଖାନଙ୍କ ଅସଲ କାହାଣୀ…ସଂଘର୍ଷରୁ ଷ୍ଟାରଡମ ଯାଏ

NEWS7
maha-kumbh-2025-why-harry-potter-lookalike-is-being-praised-for-eating-bhandara

ମୁମ୍ବାଇ୨/୧୨: ବଲିଉଡର ଦିଗ୍‌ଗଜ ଅଭିନେତା ତଥା ମିଷ୍ଟର ପରଫେକ୍ସନିଷ୍ଟ  ଆମୀର ଖାନଙ୍କ ଅଭିନୟର ତ ସମସ୍ତେ ଦିୱାନା । କିନ୍ତୁ ଆପଣ ଜାଣନ୍ତି କି ଆମୀରଙ୍କ ପ୍ରକୃତ ନାଁ କଣ ଓ ତାଙ୍କ ନେଟୱର୍ଥ କେତେ ? ତାଙ୍କ ପ୍ରକୃତ ନାମ ମହମ୍ମଦ ହୁସେନ ଆମୀର ଖାନ୍‌ । କିନ୍ତୁ ଫିଲ୍ମ ଇଣ୍ଟଷ୍ଟ୍ରିକୁ ଏଣ୍ଟ୍ରି କରିବା ପରେ ନିଜ ନାଁକୁ ଛୋଟ କରି ରଖିଥିଲେ ଆମୀର ଖାନ  । ଆମୀର ୧ହଜାର ୮ଶହ ୬୨  କୋଟି ସଂପତ୍ତିର ମାଲିକ । ସେ ଫିଲ୍ମ ଛଡା ଟିଭି ସୋ, ନିଜର ପ୍ରଡକ୍ସନ ହାଉସ ଜରିଆରେ ମୋଟା ଅଙ୍କର ଆୟ କରନ୍ତି । ରିପୋର୍ଟ ମୁତାବକ ସେ ଏକ କମରସିଆଲ ସୁଟ୍‌ ପାଇଁ ୧୦ରୁ ୧୨ କୋଟି ଫି ଚାର୍ଜ କରନ୍ତି । ଗୋଟିଏ ଫିଲ୍ମ ପାଇଁ ସେ ୫୦ କୋଟି ଡିମାଣ୍ଡ କରନ୍ତି । ଆମୀର ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ଅଧିକ ଟାକ୍ସ ଭରୁଥିବା  ଅଭିନେତା ଲିଷ୍ଟରେ ସାମିଲ ଅଛନ୍ତି । ଆମୀରଙ୍କ ପପୁଲାଟିରିର ଏହି କଥାରୁ ଅନୁମାନ ଲଗାଇ ହେବ କି  ଇଣ୍ଡଷ୍ଟ୍ରିରେ ସେ ପ୍ରଥମ ଅଭିନେତା ଯାହାଙ୍କ ଫିଲ୍ମ ଶହେ କ୍ଲବରେ ଏଣ୍ଟ୍ରି ହୋଇଥିବା ପ୍ରଥମ ଫିଲ୍ମ ଅଟେ । ଫିଲ୍ମଟି ଥିଲା ୨୦୦୮ରେ ରିଲିଜ ହୋଇଥିବା ଗଜନି ।

କାର୍‌ କଲେକ୍ସନ

ଅଟୋମୋବାଇଲ କଥା ଦେଖିଲେ ଆମୀର ଖାନଙ୍କୁ ଲବଜୁରୀ ଗାଡିର ବହୁତ ସଉକ ରହିଛି । ତାଙ୍କ କାର୍‌ କଲେକ୍ସନ ଅନେକଙ୍କ ପାଇଁ ସ୍ବପ୍ନ ।ତାଙ୍କ ଗ୍ୟାରେଜରେ ଶୋଭା ବଢାଏ  ରୋଲ୍ସ-ରଏସ ଘୋଷ୍ଟ ପରି ଦାମୀ କାର । ଏହାର ମୂଲ୍ୟ ୫.୨୫ କୋଟିରୁ ୭.୯୫ ଟଙ୍କା ରହିଛି । ଏଥିରେ ରାଜକୀୟ ଆବରଣ ସହ ବ୍ରିଟିଶ ସୂକ୍ଷ୍ମତା ରହିଛି । ସେହିପରି ୧୦.୫୦ କୋଟି ମୂଲ୍ୟର Mercedes Benz S600 Guard  ଯାହାର ଡିଜାଇନ,ଇଞ୍ଜିନ ସବୁକିଛି ବେଶ ଆକର୍ଷଣୀୟ । ସେହିପରି ତାଙ୍କ ଗ୍ୟାରେଜରେ ଥିବା ଆଉ ଏକ ଦାମୀ ଗାଡି ହେଉଛି Range Rover Vogue ଯାହାର ମୂଲ୍ୟ ୨.୩୧ କୋଟିରୁ ୩.୪୧ କୋଟି । ସେହିପରି ଆଉ ଏକ ଗାଡି ହେଉଛି Bentley Continental Flying Spur । ଯାହା ଆମୀରଙ୍କ ପାଖରେ ସ୍ବତନ୍ତ୍ର ‘007’ ନମ୍ବର  ପ୍ଲେଟ ସହ ଅଛି । ଏହାର ମୂଲ୍ୟ ୬.୯୫ ଲକ୍ଷ ଟଙ୍କାରୁ ୭.୯୫ କୋଟି ମଧ୍ୟରେ ରହିଛି ।

ଫାର୍ମ ହାଉସ, ଆପାର୍ଟମେଣ୍ଟ

ମୁମ୍ବାଇ ବାନ୍ଦ୍ରାରେ ଏକ ସି-ଫେସିଂ ଡ୍ୟୁପ୍ଲେକ୍ସ ରହିଛି । ଏହା ୫ହଜାର ବର୍ଗଫୁଟରୁ ଅଧିକ ସ୍ଥାନରେ ପରିବ୍ୟାପ୍ତ । ଯେଉଁଠି ବସିଲେ ଆରବ ସାଗରର ସୁନ୍ଦର ଦୃଶ୍ୟ ଦେଖିହେବ । ଏହି ଆଲିସାନ ଘରର ପ୍ରାଇସ ପ୍ରାୟ ୬୦ କୋଟି ଟଙ୍କା । ଆମୀରଙ୍କ ପାଖରେ ଏକ ଫାର୍ମ ହାଉସ ବି ରହିଛି । ଯାହାର ନାଁ ପଞ୍ଚଗନି ଫାର୍ମ ହାଉସ । ଏହା ମହାରାଷ୍ଟ୍ର ପାହାଡରେ ଥିବା ସବୁଠାରୁ ସୁନ୍ଦର  ହିଲ ଷ୍ଟେସନ ମଧ୍ୟରୁ ଗୋଟିଏ । ତଥ୍ୟ ମୁତାବକ ୨୦୧୩ରେ କିଣିବା ସମୟରେ ସଂପତ୍ତିର ମୂଲ୍ୟ ଥିଲା ୭ କୋଟି । ଫାର୍ମହାଉସ ଚାରିକଡରେ ସବୁଜ ବନାନି ଘେରି ରହିଛି । ଯାହା ବ୍ୟସ୍ତବହୁଳ ଜୀବନରୁ ବାହାରୁ ଏକ ଉତ୍ତମ ଆରାମ ଦେଇଥାଏ । କେବଳ ସେତିକି ନୁହେଁ ଆମୀରଙ୍କ ପାଲି ହିଲ୍‌ରେ ୨ଟି ସଂଲଗ୍ନ କୋଠାରେ ଅନେକ ସଂପତ୍ତି ଅଛି । Housing.com ଅନୁଯାୟୀ  ୨୦୨୪ ଜୁନ୍‌ରେ ଖାଲ ବେଲା ଭିସ୍ତାରେ ୯.୭୫ କୋଟି ଟଙ୍କାରେ ୧,୦୨୭ ବର୍ଗଫୁଟ୍‌ ଫ୍ଲାଟ୍‌ କିଣିଥିଲେ । ରିପୋର୍ଟରୁ ଜଣାପଡିଛି ସେ ଷ୍ଟାମ୍ପ ଡ୍ୟୁଟିରେ ୫୮.୫ ଲକ୍ଷ ଟଙ୍କା ଏବଂ ପଞ୍ଜିକରଣ ବାବଦକୁ ୩୦ ହଜାର ଟଙ୍କା ଦେଇଥିଲେ ।  ପରେ ସେ ବେଲା ଭିସ୍ତା ଓ ମାରିନା ଆପାର୍ଟମେଣ୍ଟରେ  ୨୪ଟି ଆପାର୍ଟମେଣ୍ଟରୁ ୧୦ଟି କିଣିଥିଲେ ।

ଉତ୍ତର ପ୍ରଦେଶ ଶାହାବାଦରେ ପୈତୃକ ସଂପତ୍ତି

ଫାଇନାନସିଆଲ ଏକ୍ସପ୍ରେସ ଅନୁଯାୟୀ  ୨୦୧୨ରେ ଆମୀର ଖାନ ତାଙ୍କ ମାମୁଁଙ୍କ ଠାରୁ ହରଦୋଇ ଜିଲ୍ଲାର ଶାହାବାଦରେ ୨୨ଟି ଘର କିଣିଥିଲେ । ରିପୋର୍ଟ କୁହେ  ଏହି ପୈତୃକ ସଂପତ୍ତି ଖାନ ଓ ତାଙ୍କ ଭଇଭଉଣୀ-ନିଖତ, ଫରହତ ଏବଂ ଫୈସଲ ଖାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି ।

ଅନେକ ଜାଣିନଥିବେ ଆଜି ୧ହଜାର ୮ଶହ ୬୨  କୋଟି ସଂପତ୍ତିର ମାଲିକ ଆମୀର ଖାନ କେବେ ଏମିତି ବି ଦିନ ଦେଖିଛନ୍ତି ଯେତେବେଳେ ତାଙ୍କୁ ଅନେକ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ତାଙ୍କ ପିଲାଦିନ ଥିବା ସଂଘର୍ଷପୂର୍ଣ୍ଣ । ଗୋଟିଏ ସମୟ ଥିଲା ତାଙ୍କୁ ୬ ଟଙ୍କା ପାଇଁ  ଅପମାନିତ ହେବାକୁ ପଡିଛି । ତାଙ୍କର ଓ ଭାଇଉଉଣୀଙ୍କ  ସ୍କୁଲ ଫି ଡେରିରେ ଜମା ହେଉଥିଲା ।ପ୍ରିନ୍ସପାଲ ସବୁ ପିଲାଙ୍କ ଭିତରେ ତାଙ୍କ ନାଁକୁ ଜୋରରେ ଡାକୁଥିଲେ ।ଆଜି  ଆଉ ସେ ସମୟ ନାହିଁ ।

ଆମୀରଙ୍କ ପର୍ସନାଲ ଲାଇଫ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଜଣାଶୁଣା ଆମୀର ଖାନ କେବଳ ପ୍ରଫେସନାଲ ଲାଇଫ ନୁହେଁ ପର୍ସନାଲ ଲାଇଫକୁ ନେଇ ଏବେ ବେଶ ଚର୍ଚ୍ଚିତ । ଦୀର୍ଘ ସମୟ ଧରି ସେ ଫିଲ୍ମରୁ ଦୂରରେ ଅଛନ୍ତି । ତଥାପି ବଡ ପରଦାକୁ କମ୍‌ବ୍ୟାକ ପାଇଁ ଚଳାଇଛନ୍ତି ପ୍ରସ୍ତୁତି । ଆମୀର ଖାନ ୨ଟି ବିବାହ କରିଛନ୍ତି ଓ ୨ ପତ୍ନୀଙ୍କ ଠାରୁ ଛାଡପତ୍ର ମଧ୍ୟ ନେଇସାରିଛନ୍ତି ।କିନ୍ତୁ ୟାରି ଭିତରେ ପୁଣି ପ୍ରେମରେ ପଡିଛନ୍ତି ଏ ସୁପରଷ୍ଟାର । ଆଉ ଏହି ସଂପର୍କକୁ ନେଇ ବେଶ ସିରିୟସ ଅଛନ୍ତି ।  ରୀନା ଦତ୍ତ ଓ କିରଣ ରାଓଙ୍କ ପରେ ଆମୀରଙ୍କ ଜୀବନର ତୃତୀୟ ମହିଳା ହେଉଛନ୍ତି ୫୯ ବର୍ଷୀୟା ଗୌରୀ । ଯାହାଙ୍କୁ ନେଇ ଅଧିକ ସିରିୟସ ଅଛନ୍ତି ଆମୀର । ଯଦି ଏ କଥା ସତ ହୁଏ ତେବେ ଆମୀରଙ୍କ ଜୀବନରେ ପୁଣି ଥରେ ଶାହାନାଈ ବାଜିବ । ଯାହାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ । ତେବେ  ଆମୀର ଖାନଙ୍କ ମିଷ୍ଟ୍ରି ଗାର୍ଲଙ୍କର ବଲିଉଡ ସହିତ କୌଣସି ସମ୍ପର୍କ ନାହିଁ। ସେ ବେଙ୍ଗାଲୁରୁର ବାସିନ୍ଦା ଓ ଅଭିନେତା ତାଙ୍କୁ ନିଜ ପରିବାରଙ୍କ ସହ ମିଶାଇଛନ୍ତି। ରିପୋର୍ଟସ୍ ଅନୁସାରେ ଆମୀର ଏହି ସମ୍ପର୍କକୁ ନେଇ ବେଶ୍ ସିରିୟସ୍ ଅଛନ୍ତି। ଏଥି ପାଇଁ ସେ ଗୌରୀଙ୍କୁ ତାଙ୍କ ପରିବାର ସହ ମିଳାଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଆମୀରଙ୍କ ପକ୍ଷରୁଏହି ସମ୍ପର୍କକୁ ନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ। ହେଲେ ଆକ୍ଟରଙ୍କ ଫ୍ୟାନସଙ୍କ ଲାଗି ଏହା ଏକ ବଡ଼ ଖବର ନିଶ୍ଚିତ।

ଆମୀର ଖାନ ୧୯୮୬ ମସିହାରେ ରୀନା ଦତ୍ତଙ୍କୁ ବିବାହ କରିଥିଲେ। ଆମୀର ଓ ରୀନାଙ୍କର ଗୋଟିଏ ଝିଅ ଇରା ଓ ଗୋଟିଏ ପୁଅ ଜୁନୈଦ ଅଛନ୍ତି। ତେବେ ବିବାହର ପ୍ରାୟ ୧୬ ବର୍ଷ ପରେ ସେମାନଙ୍କ ତଲାକ ହୋଇଥିଲା। ଏହା ପରେ ଆକ୍ଟର ୨୦୦୫ ମସିହାରେ ଫିଲ୍ମ ମେକର କିରଣ ରାଓଙ୍କୁ ବିବାହ କରିଥିଲେ। ହେଲେ ଏହି ବିବାହ ମଧ୍ୟ ବେଶି ଦିନ ଚାଲି ପାରି ନଥିଲା। ଏହି ବିବାହରୁ ଆମୀରଙ୍କର ଏକ ପୁଅ ହୋଇଥିଲା ତାର ନାମ ଆଜାଦ। ୨୦୨୧ରେ କିରଣ ଓ ଆମୀରଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଆମୀର ଦୁଇ ପତ୍ନୀଙ୍କଠାରୁ ତଲାକ ନେଇସାରିଥିଲେ ବି ସେମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି।୨୦୨୧ରେ କିରଣଙ୍କ ଠାରୁ ତଲାକ ନେବା ପରେ ଆମୀରଙ୍କ ନାମ ଦଙ୍ଗଲ ଗାର୍ଲ ଫାତିମା ସନା ଶେଖଙ୍କ ସହ ଯୋଡି ହୋଇଥିଲା। ତେବେ ଏହା ପରେ ଗୁଜବ ବୋଲି ଜଣା ପଡିଥିଲା। ତେବେ ଆମୀରଙ୍କ ଗୌରୀଙ୍କ ସହ ଆଫେୟାର୍ସ କେବେ ବିବାହର ରୂପ ନେଉଛି ତା ସମୟ କହିବ ।