ବାଲିଯାତ୍ରା ୨୦୨୫
LIVE TV

 ଲାଇଭ୍‌ଷ୍ଟ୍ରିମିଂ କରୁଥିଲେ ଲୋକପ୍ରିୟ ଟିକଟକ୍‌ର, ପରିବାର ଲୋକଙ୍କ ଆଗରେ ଗୁଳି କରି ମାରିଦେଲେ ଉଗ୍ରବାଦୀ    

NEWS7
madhya-pradesh-bjp-crisis-starts-congress-kamalnath-jyotiraditya-scindhia


ନୂଆଦିଲ୍ଲୀ: ଆର୍ଥିକ ଅସ୍ଥିରତା ଏବଂ ଭୟଙ୍କର ବିଦ୍ରୋହର ସାମ୍ନା କରୁଥିବା ଆଫ୍ରିକୀୟ ଦେଶ ମାଲିରେ ସ୍ଥିତି ସଙ୍ଗୀନ । ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ସ୍ପଷ୍ଟ ଦିବାଲୋକରେ ଲୋକଙ୍କୁ ହତ୍ୟା କରୁଥିବାର ଖବର ସାମ୍ନାକୁ ଆସୁଛି । ଏହାରି ଭିତରେ ଉତ୍ତର ମାଲିରେ ଥିବା ଟୋଙ୍କାର ଜଣେ ଲୋକପ୍ରିୟ ମହିଳା ଟିକ୍‌ଟକ ଷ୍ଟାରଙ୍କୁ ଉଗ୍ରବାଦୀମାନେ ପରିବାର ଲୋକଙ୍କ ସାମ୍ନାରେ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା କରିଛନ୍ତି । ଦୈନନ୍ଦିନ ଜୀବନଶୈଳୀ ଏବଂ ନିଜର କୌତୁହଳ କଥାରେ ଲୋକମାନଙ୍କୁ ଆକୃଷ୍ଟ କରୁଥିବା ଟିକଟକର ମରିୟମ ସିସେଙ୍କୁ ହତ୍ୟା କରାଯାଇଛି । ଗତ ସପ୍ତାହରେ ସେ ଲାଇଭ୍‌ କରୁଥିବା ବେଳେ ତାଙ୍କୁ ଉଗ୍ରବାଦୀମାନେ ଅପହରଣ କରିନେଇଥିଲେ । ଏହାର ଠିକ୍‌ ଗୋଟିଏ ଦିନ ପରେ ତାଙ୍କୁ  ଟୋଙ୍କା ସହରର ଜନଗହଳିପୂର୍ଣ୍ଣ ଛକରେ ପରିବାର ଲୋକଙ୍କ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି । 

ମାଲି ସେନାକୁ ସେ ସେମାନଙ୍କ ତଥ୍ୟ ଦେଉଥିଲେ ସନ୍ଦେହ କରି ଉଗ୍ରବାଦୀ ସିସେଙ୍କୁ ହତ୍ୟା କରିଛନ୍ତି । ଟିକଟକ୍‌ରେ ମରିୟମଙ୍କର ୯୫ ହଜାରରୁ ଅଧିକ ପଲୋୟର୍ସ ଅଛନ୍ତି । ସେ ସବୁ ଭିଡିଓରେ ହସି ହସି କଥା ହେଉଥିବାର ଦେଖିବାକୁ ମିଳେ । ଅନେକ ସମୟରେ ସେ ମାଲି ସେନାର ପୋଷାକ ପିନ୍ଧୁଥିଲେ । ତେଣୁ ସେ ସେନାକୁ ଖବର ଦେଉଥିବା ନେଇ ସନ୍ଦେହ କରୁଥିଲେ ଉଗ୍ରବାଦୀ । 

ଗୁରୁବାର ଦିନ ମରିୟମ୍‌ ଟୋଙ୍କାରେ ଆୟୋଜିତ ଏକ ମେଳାରେ ଟିକଟକରେ ଲାଇଭ କରୁଥିଲେ । ଏହି ସମୟରେ ସେଠାରେ ପହଞ୍ଚିଥିଲେ ଉଗ୍ରବାଦୀ ସଂଗଠନର ସଦସ୍ୟ । ହାତରେ ଧରିଥିଲେ ବନ୍ଧୁକ । ଜିହାଦୀ ଆନ୍ଦୋଳନ ସଂପର୍କରେ ସିସେ ସେନାକୁ ଖବର ଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । ପରେ ସେମାନେ ସିସେଙ୍କୁ ଜବରଦସ୍ତି ଏକ ବାଇକରେ ବସାଇ ନେଇଯାଇଥିଲେ ବୋଲି ତାଙ୍କ ଭାଇ ଏଏଫପିକୁ କହିଛନ୍ତି । ପରଦିନ ସିସେଙ୍କୁ ନେଇ ଇଣ୍ଡିପେଣ୍ଡେନ୍ସ ସ୍କୋୟାରକୁ ଆଣିଥିଲେ । ଆଉ ସେଠାରେ ହିଁ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଉଗ୍ରବାଦୀ । ତେବେ ସେନାକୁ ସମର୍ଥନ କରୁଥିବା ଲୋକମାନଙ୍କୁ ଭୟଭୀତ କରିବା ଲାଗି ଉଗ୍ରବାଦୀମାନେ ଏଭଳି କାଣ୍ଡ କରିଥିବା କୁହାଯାଉଛି ।