ଆମେରିକାର ୧୮ ରାଜ୍ୟରେ ବରଫ ଝଡ଼ର ଚେତାବନୀ, ୯ ହାଜର ବିମାନ ଉଡ଼ାଣ ବାତିଲ

NEWS7
madhusudan-pradhan-reaction

ନୂଆଦିଲ୍ଲୀ ୨୫। ୦୧: ଆମେରିକାର ୧୮ ରାଜ୍ୟରେ ବରଫ ଝଡ ନେଇ ସତର୍କ ସୂଚନା ଜାରି କରାଯାଇଛି । ଦେଶର ପ୍ରାୟ ୨୦ କୋଟି ଲୋକ ଅର୍ଥାତ ଦୁଇ-ତୃତୀୟାଂଶ ଏହି ଝଡ ଯୋଗୁ ପ୍ରଭାବିତ ହେବାର ଆଶଙ୍କା ରହିଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏସବୁ ରାଜ୍ୟରେ ଜରୁରି ପରିସ୍ଥିତି ଘୋଷଣା କରାଯାଇଛି । ଏଥିସହ ୯ ହଜାରରୁ ଅଧିକ ଘରୋଇ ଓ ଆନ୍ତର୍ଜାତିକ ଉଡାଣକୁ ରଦ୍ଦ କରି ଦିଆଯାଇଛି ।

ବରଫ ଝଡ ଯୋଗୁ ପ୍ରଭାବିତ ହେବାକୁ ଥିବା ଏସବୁ ରାଜ୍ୟ ମଧ୍ୟରେ ରହିଛି ଆଲବାମା, ଆର୍କାନ୍ସସ, ଡେଲାୱେର, ଜର୍ଜିଆ, କାନ୍ସାସ, କେଣ୍ଟକି, ଲୁଇଜିଆନା, ମେରିଲାଣ୍ଡ, ମିସିସିପି, ମିସୌରୀ, ନ୍ୟୁଜର୍ସି, ନ୍ୟୁୟର୍କ, ନର୍ଥ କାରୋଲିନା, ପେନ୍ସିଲଭାନିଆ, ସାଉଥ୍ କାରୋଲିନା, ଟେନିସି, ଟେକ୍ସାସ ଓ ଭର୍ଜିନିଆ । ବରଫ ଝଡକୁ ଦୃଷ୍ଟିରେ ରଖି ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବିଭିନ୍ନ ଗ୍ରୋସରୀ ଦୋକାନରେ ପ୍ରବଳ ଭିଡ ଲଗାଇଛନ୍ତି । ଲୋକମାନେ ଆବଶ୍ୟକତା ଠାରୁ ଅଧିକ କିଣାକିଣି କରିବାରୁ ବିଭିନ୍ନ ଷ୍ଟୋରରେ ପାଣି ବୋତଲ, ଅଣ୍ଡା, ମାଂସ ଆଦି ସାମଗ୍ରୀର ଅଭାବ ଦେଖାଯାଇଛି । ପାଣିପାଗ ବିଭାଗ ଚେତାବନୀ ଦେଇଛି କି ବରଫ ଝଡ ସହ ପ୍ରବଳ ବର୍ଷା, ବରଫପାତ ଓ ଥଣ୍ଡା ଆସିବ ।

ଫଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ସମ୍ଭାବ୍ୟ ବରଫ ଝଡ ଯୋଗୁ ରାସ୍ତାଘାଟରେ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇପାରେ । ଏଥିପାଇଁ ପରିବହନ ବିଭାଗ ସତର୍କ ସୂଚନା ଜାରି କରିଛି । ଫ୍ଲାଇଟ ଟ୍ରାକିଂ ୱେବସାଇଟ୍ର ତଥ୍ୟ ଅନୁସାରେ ଆଜି ପାଇଁ ୩,୨୫୯ ଏବଂ ରବିବାର ପାଇଁ ୫,୮୨୬ ବିମାନର ଉଡାଣ ରଦ୍ଦ କରାଯାଇଛି ।