ଭଦ୍ରକ ସାବିତ୍ରୀଆଡିରେ ପୂଜା ପାଉଛନ୍ତି ମା’ ସାବିତ୍ରୀଙ୍କ ପ୍ରସ୍ତର ମୂର୍ତ୍ତି

Published By : Prameya-News7 Bureau | June 06, 2024 IST

ଭଦ୍ରକ ୬।୬: ହିନ୍ଦୁ ଧର୍ମରେ ଅନେକ ପର୍ବପର୍ବାଣୀ ଓଷା ବ୍ରତ । ସାବିତ୍ରୀ ଅମାବାସ୍ୟା ମହିଳାଙ୍କ ପାଇଁ ଅନନ୍ୟ । ସିନ୍ଦୁରର ସୁରକ୍ଷା ଓ କୁଶଳତାକୁ ବଜାୟ ରଖିବାକୁ ସଧବା ମହିଳାଙ୍କ ଆବେଗର ବ୍ରତ ସାବିତ୍ରୀ । ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳାମାନେ ବ୍ରତ ପାଳିଥାନ୍ତି । ଭିନ୍ନ ଭିନ୍ନ ସ୍ଥାନରେ ସାବିତ୍ରୀଙ୍କ ପୂଜାବିଦ୍ଧି ଅଲଗା । କିନ୍ତୁ ଭଦ୍ରକର ଏଭଳି ଏକ ସ୍ଥାନରେ ମା’ ସାବିତ୍ରୀଙ୍କ ପ୍ରସ୍ତର ମୂର୍ତ୍ତି ପୂଜାପାଏ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ତୋଟାସାହିରେ ରହିଛି ସାବିତ୍ରୀଆଡ଼ି । ଏହି ପୀଠକୁ ନେଇ ରହିଛି କିମ୍ବଦନ୍ତୀ । ଏଠାରେ ମା’ ସାବିତ୍ରୀ ଅବସ୍ଥାନ କରିଥିବା ଲୋକକଥା ରହିଛି । ତେଣୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଜିଲ୍ଲା ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଏଠାକୁ ଛୁଟିଆସିଥାନ୍ତି । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଶଙ୍ଖା, ସିନ୍ଦୁର, ନୂଆ ଲୁଗା ସହ ଭୋଗ ମା’ ସାବିତ୍ରୀଙ୍କ ନିକଟରେ ଅର୍ପଣ କରନ୍ତି ।

ସାବିତ୍ରୀଆଡ଼ିରେ ଏହି ଅବସରରେ ମେଳା ଆୟୋଜନ ହୋଇଥାଏ । ଭଳିକି ଭଳି ଦୋକାନ ବଜାର ସହ ମୀନା ବଜାରର ଆୟୋଜନ ହୋଇଥାଏ । ଅପେରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥାଏ ପୂଜା କମିଟି । ଶାନ୍ତି ଶୃଙ୍ଖଳାର ସହ ପୂଜା ଓ ମେଳା ଆୟୋଜନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଅନୁଷ୍ଠାନ ତରଫରୁ କୁଲର ବ୍ୟବସ୍ଥା ସହ ଜଳଛତ୍ର ଆୟୋଜନ ହୋଇଛି ।

ଆସ୍ଥା, ବିଶ୍ୱାସ ଓ ଭରସାର ଓଷା ହେଉଛି ସାବିତ୍ରୀ ବ୍ରତ । ସାବିତ୍ରୀଆଡ଼ିର ମା’ ସାବିତ୍ରୀଙ୍କ ଦର୍ଶନ କରି ଶ୍ରଦ୍ଧାଳୁ ବେଶ ଭାଗ୍ୟଶାଳୀ ଅନୁଭବ କରୁଛନ୍ତି । 

You Can Read :

କୂଅରୁ ବାହାରୁଛି ପେଟ୍ରୋଲ, ଦିଆସିଲି ମାରିଲେ ପାଣିରେ ଜଳୁଛି ନିଆଁ


 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.