ଆଇପିଏଲ୍‌ ୨୦୨୪: ଆୟୁଷ ବଦୋନୀଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦିଲ୍ଲୀକୁ ୧୬୮ ରନ୍ ଟାର୍ଗେଟ୍ ଦେଲା ଲକ୍ଷ୍ନୌ ସୁପର ଜାଏଣ୍ଟ

Published By : Prameya-News7 Bureau | April 12, 2024 IST

ଲକ୍ଷ୍ନୌ: ଆୟୁଷ ବଦୋନୀଙ୍କ ଲଢ଼ୁଆ ୫୫ ରନ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୮ରନ୍ ଟର୍ଗେଟ୍ ଦେଲା ଲକ୍ଷ୍ନୌ ସୁପର ଜାଏଣ୍ଟ। ଏକାନ୍ନା କ୍ରିକେଟ ଷ୍ଟାଡିୟମ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ଆଇପିଏଲ୍‌ ୨୬ ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ ପ୍ରଥମେ ବ୍ୟାଟିଂ କରି ୧୬୭ ରନ୍ କରିଛି।  

ଲକ୍ଷ୍ନୌ ପକ୍ଷରୁ ଆଯୂଷ ବଦୋନୀ ସର୍ବାଧିକ ୫୫ ରନ୍ କରିଥିବା ବେଳେ କ୍ୟାପ୍ଟେନ୍ କେଏଲ୍ ରାହୁଲ ୩୯ ରନ୍ କରିଥିଲେ। ଏହି ଦୁଇ ବ୍ୟାଟରଙ୍କ ବ୍ୟାତୀତ ଅନ୍ୟ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରି ନଥିଲେ। 

ଆଜିର ମ୍ୟାଚ୍‌ର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ। ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଲଢ଼ୁଆ ବୋଲିଂରେ ଟିମ୍ ୨.୫ ଓଭର କ୍ୱିଣ୍ଟନ ଡିକକ(୧୩ ବଲ ୧୯ ରନ୍) ନାଁରେ ପ୍ରଥମ ୱିକେଟ୍ ହରାଇଥିଲା। ଏହାପରେ ଦେବଦତ୍ତ ପାଡ଼ିକଲ(୩ ରନ୍), ମାରକସ ଷ୍ଟୋଇନିସ୍(୮ ରନ୍) ଓ ନିକୋଲାସ ପୁରନ(୦) କରି ଶୀଘ୍ର ଆଉଟ୍ ହୋଇଯାଇଥିଲେ। କିଛି ସମୟ ପାଇଁ ପାଳି ସମ୍ଭାଳିବାକୁ ଚେଷ୍ଟା କରୁଥିବା କେ ଏଲ୍ ରାହୁଲ ମଧ୍ୟ ୩୯ ରନ୍ କରି ଆଉଟ୍ ହୋଇଯାଇଥିଲେ। 

ଏହାପରେ ସେ ଦୀପକ ହୁଡ୍ଡା(୧୦) ଓ କୃଣାଲ ପାଣ୍ଡ୍ୟା(୩) ରନ୍ କରି ଆଉଟ୍ ହୋଇଥିଲେ। ଶେଷ ପର୍ଯ୍ୟନ୍ତ ଆୟୁଷ ବଦୋନୀ ଲଢ଼ୁଆ ବ୍ୟାଟିଂ କରି ଦଳର ସ୍କୋର୍‌କୁ ୧୬୭ ପର୍ଯ୍ୟନ୍ତ ନେଇଥିଲା। ଆୟୁଷ ୩୫ ବଲ୍‌ରେ ସର୍ବାଧିକ ୫୫ ରନ୍ କରିଥିବା ବେଳେ ତାଙ୍କୁ ସହଯୋଗ କରି ଅର୍ଶଦ ଖାନ୍ ୨୦ ରନ୍ କରିଥିଲେ। 

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ଖଲିଲ ଅହମଦ ୨ ୱିକେଟ୍ ଓ ଇଶାନ୍ତ ଓ ମୁକେଶ କୁମାର ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।  

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.