ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍‌ ୨୦୨୩: ନିଖତ ଜରିନଙ୍କ ପରେ ଲଭଲୀନ ବି ଜିତିଲେ ଗୋଲ୍ଡ, ଭାରତକୁ ମିଳିଲା ୪ ସ୍ୱର୍ଣ୍ଣ ପଦକ

Published By : Prameya-News7 Bureau | March 26, 2023 IST

ନୂଆଦିଲ୍ଲୀ: ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍‌ ୨୦୨୩ରେ ଭାରତୀୟ ମୁଷ୍ଟି ଯୋଦ୍ଧାଙ୍କ ସୁନା ବର୍ଷା। ନିଖତ ଜରିନଙ୍କ ପରେ ଏବେ ଲଭଲୀନା ବି ବକ୍ସିଂ ଚାମ୍ପିୟନସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୭୦-୭୫ କେଜି ମହିଳା ବର୍ଗର ଫାଇନାଲ ମ୍ୟାଚ୍‌ରେ ଲଭଲୀନା ବୋରଗୋହେନଙ୍କ ମୁକାବିଲା ଅଷ୍ଟ୍ରେଲିଆର କ୍ୟଟଲିନ ଏନ୍ ପାର୍କରଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ୫-୨ରେ ବିଜୟୀ ହୋଇଛନ୍ତି ଲବଲୀନ। ଏହି ସ୍ୱର୍ଣ୍ଣ ପଦକ ସହ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ଭାରତ ୪ଟି ସ୍ୱର୍ଣ୍ଣ ପଦକ ହାତେଇଛି।

wp:html /wp:html

ଲଭଲୀନଙ୍କ ପୂର୍ବରୁ ନିଖତ ଜରିନ (୪୮-୫୦ କେଜି ବର୍ଗ), ନିତୁ ଘନଘସ (୪୫-୪୮ କେଜି ବର୍ଗ) ଓ ସ୍ୱିଟି ବୁରା(୭୫-୮୧ କେଜି ବର୍ଗରେ) ଭାରତକୁ ସ୍ୱର୍ଣ୍ଣ ପଦକ ଜିତାଇ ସାରିଛନ୍ତି।

ନଖିତ ଆଜିର ଫାଇନାଲ୍‌ ମ୍ୟାଚ୍‌ରେ ଭିଏତନାମର ନ୍ୟୁଗେନ୍ ଥି ତାମଙ୍କୁ ଭେଟିଥିଲେ। ଆରମ୍ଭରୁ କଡ଼ା ପ୍ରହାର କରି ପ୍ରଥମ ରାଉଣ୍ଡରେ ଲିଡ୍‌ ନେଇଥିଲେ ଜରିନ। ସେହିପରି ଦ୍ୱିତୀୟ ରାଉଣ୍ଡରେ ବି ଆଗୁଆ ରହିଥିଲେ।

{"width":837,"height":469}
भारत को स्वर्ण पदक दिलाने के बाद नीतू, निकहत, लवलीना और स्वीटी

ତୃତୀୟ ରାଉଣ୍ଡରେ ନ୍ୟୁଗେନ୍ ଥି ତାମଙ୍କୁ ଜବରଦସ୍ତ ପଞ୍ଚ ମାରିଥିଲେ ଜରିନ। ଏହାପରେ ରେଫରୀ ଅଧାରୁ ମ୍ୟାଚ୍ ଅଟକାଇ ନ୍ୟୁଗେନ୍‌ ଥି ତାମ୍‌ଙ୍କ ଅବସ୍ଥା ପଚାରି ବୁଝିଥିଲେ। ଏହିଠାରୁ ହିଁ ସ୍ୱର୍ଣ୍ଣ ପଦକ ଜିତିବା ଏକପ୍ରକାରର ସ୍ଥିର ହୋଇଯାଇଥିଲା। ଫାଇନାଲ୍ ରାଉଣ୍ଡରେ ମଧ୍ୟ ଭଲ ପ୍ରଦର୍ଶନ କରି ନିଖତ ୫-୦ରେ ମ୍ୟାଚ୍ ଜିତି ନେଇଛନ୍ତି। ଏହାକୁ ମିଶାଇ ବିଶ୍ୱ ବକ୍ସିଂ ଚାମ୍ପିୟନସିପ୍‌ରେ ନିଖତ ଲାଗତର ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି।

wp:html /wp:html

ସେହିପରି ଗତକାଲି ସ୍ୱିଟି ବୋରା ମଧ୍ୟ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍‌ ଫାଇନାଲ୍‌ରେ ବିଜୟ ହୋଇ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଫାଇନାଲ୍‌ ମ୍ୟାଚ୍‌ରେ ସେ ଚୀନର ୱାଙ୍ଗ ଲିନାଙ୍କୁ ହରାଇ ୭୫-୮୧ କେଜି ବର୍ଗରେ ଫାଇଟ୍ କରି ହରାଇ ଦେଇଥିଲେ। ଲାଇଟ୍ ହେଭିୱେଟ୍ ବକ୍ସିଂ ମୁକାବିଲାରେ ନିଜ ଚୀନ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ଚମତ୍କାର ପ୍ରଦର୍ଶନ କରିଥିବା ସ୍ୱିଟି ୩-୨ରେ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ନିତୁ ଘନଘସ୍‌ ମଧ୍ୟ ଗୋଲ୍ଡ ମେଡାଲ୍ ଜିତିଥିଲେ । ଶନିବାର ଭାରତକୁ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.