LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

World Boxing Championship: ନିତୁ ଘନଘସ୍‌ ବିଶ୍ୱ ଚାମ୍ପିୟନ, ପ୍ରତିଯୋଗୀତରେ ଭାରତର ପ୍ରଥମ ସ୍ୱର୍ଣ୍ଣ

25/03/2023 at 7:32 PM

ନୂଆଦିଲ୍ଲୀ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ନିତୁ ଘନଘସ୍‌ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦିଲ୍ଲୀରେ ଆଇବିଏ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ୪୫-୪୮ କେଜି ବର୍ଗରେ ମଙ୍ଗୋଲିଆର ଲୁତ୍ସାଇଖାନଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଥର ପାଇଁ ନିତୁ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ଅନେକ ପ୍ରତିଯୋଗୀତାରେ ନିତୁ ଲଗାତାର ଭଲ ପ୍ରଦର୍ଶନ କରି ଆସୁଛନ୍ତି ଏବଂ ଦେଶ ପାଇଁ ପଦକ ମଧ୍ୟ ହାସଲ କରୁଛନ୍ତି । ଏହି ବିଜୟ ସହ ନିତୁ ବିଶ୍ୱ ଚାମ୍ପିୟନ ଟାଇଟଲ୍ ଜିତିବାରେ ଷଷ୍ଠ ଭାରତୀୟ ଖେଳାଳି ହୋଇଛନ୍ତି ।

ମିନି କ୍ୟୁବା ନାଁରେ ପରିଚିତ ନିତୁ ଘନଘସ୍‌ ଭାରତର ଷ୍ଟାର ବକ୍ସର ଏମସି ମେରି କମଙ୍କୁ ହରାଇ ବେଶ ଚର୍ଚ୍ଚାକୁ ଆସିଥିଲେ । ମ୍ୟାଚ୍ ବେଳେ ରିଙ୍ଗରେ ମେରି କମଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ଏହାପରେ ସେ ରାଜ୍ୟଗୋଷ୍ଠୀ କ୍ରୀଡାର ୪୮ କେଜିର ଟ୍ରାଏଲର ଅଧାରୁ ଓହରିବାକୁ ବାଧ୍ୟ ହୋଇଥିଲେ । ୬ ଥରର ବିଶ୍ୱ ଚାମ୍ପିୟନ ମେରି କମଙ୍କୁ ସେମିଫାଇନାଲର ପ୍ରଥର ରାଉଣ୍ଡରେ ହିଁ ନିତୁ ଧୂଳି ଚଟାଇଥିଲେ ।

ନିତୁ ଘଙ୍ଗାସ୍‌ଙ୍କ ଉପଲବ୍ଧି 

୨୦୧୭ ମସିହାରେ ୱାର୍ଲଡ ଚାମ୍ପିୟନଶିପ ଗୌହାଟୀରେ ସ୍ୱର୍ଣ୍ଣ ପଦକ

୨୦୧୮ ମସିହାର ୟୁଥ୍ ଏସିଆନ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ

୨୦୧୮ରେ ୟୁଥ୍ ୱାର୍ଲଡ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ

୨୦୨୨ରେ ସୋଫିଆ ବୁଲଗାରିଆରେ ଷ୍ଟ୍ରେଡଜା କପରେ ସ୍ୱର୍ଣ୍ଣ ପଦକ

୨୦୨୨ ବର୍ମିଂଘମ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ

୨୦୨୩ ନୂଆଦିଲ୍ଲୀ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ

ବିଶ୍ୱ ଚାମ୍ପିୟନଶିପ ଜିତିଥିବା ଭାରତୀୟ ମହିଳା ବକ୍ସର

ମେରି କମ (୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦, ୨୦୧୮), ସରିତା ଦେବୀ (୨୦୦୬), ଜେନୀ ଆଏଲ (୨୦୦୬), ଲେଖା କେସି (୨୦୦୬), ନିଖତ ଜାରୀନ (୨୦୨୨) ଏହି ଟାଇଟଲ ନିଜ ନାଁରେ କରିସାରିଛନ୍ତି ।

   Related Posts