ଶ୍ରାବଣ ସୋମବାରରେ ଶିବଙ୍କୁ ଅର୍ପଣ କରନ୍ତୁ ବେଲପତ୍ର, ପୂରଣ ହେବ ମନୋକାମନା

Published By : Prameya-News7 Bureau | July 28, 2025 IST

ନୂଆଦିଲ୍ଲୀ ୨୮।୦୭; ଶ୍ରାବଣ ମାସରେ ଶିବଲିଙ୍ଗରେ ଗୋଟିଏ ମାତ୍ର ବେଲପତ୍ର ଚଢ଼ାଇପାରିଲେ ଶିବଙ୍କର  ବିଶେଷ କୃପା ପ୍ରାପ୍ତ ହେବାର ବାଟ ଫିଟିଯାଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ  ଶ୍ରାବଣ ମାସରେ ମହାଦେବଙ୍କଠାରେ ସ୍ୱତନ୍ତ୍ର ନିୟମ ଅନୁସାରେ ବେଲପତ୍ର ଅର୍ପଣ  କଲେ ନିର୍ଦ୍ଦିଷ୍ଟ ମନୋକାମନା ପୂରଣ ହୋଇପାରେ ।

-୧୦୮ ବେଲପତ୍ର ଉପରେ  ଚନ୍ଦନକୁ ସାହୀ ଏବଂ ଡାଳିମ୍ବ  ଡାଙ୍ଗକୁ ଲେଖନୀ ଭାବେ ବ୍ୟବହାର କରି ‘ରାମ’  ‘ରାମ’ ଲେଖନ୍ତୁ । ଏହାଦ୍ୱାରା ଶାରୀରିକ ତଥା ମାନସିକ କ୍ଳେଶ ଦୂର ହେବା ସହିତ ଗ୍ରହ ଦୋଷ କଟିବ ।

-ପ୍ରତ୍ୟେକ ସୋମବାର ଶିବଲିଙ୍ଗରେ ବେଲପତ୍ର  ଅର୍ପଣ କରନ୍ତୁ । ଅର୍ପିତ ବେଲପତ୍ରରୁ କିଛି ଆଣି ନିଜ  ପର୍ସ କିମ୍ବା ଟ୍ରେଜେରିରେ ରଖିଦିଅନ୍ତୁ । ଧନ ଅଭାବ  ଦୂର ହୋଇଯିବ । ଏହାବ୍ୟତୀତ ନିଜ ଘର ବଗିଚାରେ  ବେଲଗଛ ଲଗାନ୍ତୁ । ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବେ ।

-ବିବାହ ବିଳମ୍ବିତ ହେଉଥିଲେ  ଶିବଲିଙ୍ଗରେ ବେଲପତ୍ର  ଅର୍ପଣ କରନ୍ତୁ । ଶ୍ରାବଣ ସୋମବାରରୁ ଆରମ୍ଭ କରି  ଲଗାତାର ୫ ସୋମବାର ୧୦୮ ବେଲପତ୍ର ଚଢ଼ାଇବା ଆବଶ୍ୟକ । ବେଲପତ୍ର ଅର୍ପଣ ସମୟରେ ‘ଓଁ ନମଃ  ଶିବାୟ’ ମନ୍ତ୍ର ଉଚ୍ଚାରଣ କରନ୍ତୁ । ବିବାହ ପଥରେ ରହୁଥିବା  ବାଧା ନିଶ୍ଚୟ ଦୂର ହୋଇଯିବ ।

-ସନ୍ତ।ନ  ହେଉନଥିଲେ ଆପଣ ନିଜ ବୟସ ଅନୁସାରେ ସେତିକି ସଂଖ୍ୟକ ବେଲପତ୍ର  ସଂଗ୍ରହ କରନ୍ତୁ ଏବଂ ଏଗୁଡ଼ିକୁ କଞ୍ଚ କ୍ଷୀରରେ ବୁଡ଼ାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଅର୍ପଣ ମବେଳେ ‘ଓଁ ନମଃ ଶିବାୟ’ ଜପ କରିବାକୁ  ଭୁଲନ୍ତୁ ନାହିଁ । ମନୋବାଞ୍ଛା ନିଶ୍ଚୟ ପୂରଣ ହେବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.