ଦର୍ଶକଙ୍କ ସହ ହନୁମାନଜୀ ମଧ୍ୟ ଦେଖିବେ ଫିଲ୍ମ! ‘ଆଦି ପୁରୁଷ’ ପ୍ରଦର୍ଶିତ ହେବାକୁ ଥିବା ସବୁ ପ୍ରେକ୍ଷାଳୟର ପ୍ରଥମ ସିଟ୍ ବଜରଙ୍ଗବଲୀଙ୍କ ଲାଗି ବୁକ୍
6/06/2023 at 3:23 PM

ମୁମ୍ବାଇ ୬।୬: ସିନେମା ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି। ଫିଲ୍ମ ‘ଅଦି ପୁରୁଷ’ ଲାଗି ପ୍ରକ୍ଷାଳୟରେ ପ୍ରଥମ ସିଟ୍ କୁ ହନୁମାନଜୀଙ୍କ ଲାଗି ରିଜର୍ଭ ରଖାଯାଇଛି। ପ୍ରେକ୍ଷାଳୟରେ ଏବେ ଦର୍ଶକଙ୍କ ସହିତ ବଜରଙ୍ଗବଲୀ ମଧ୍ୟ ଦେଖିବେ ଫିଲ୍ମ । ସାଉଥ୍ ସୁପରଷ୍ଟାର ପ୍ରଭାସ ଓ କୃତି ସେନନ ଅଭିନୀତ ପୌରାଣିକ ଫିଲ୍ମ ‘ଅଦି ପୁରୁଷ’କୁ ନେଇ ଫ୍ୟାନସ୍ଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳୁଛି। ଫିଲ୍ମ ରିଲିଜ ହେବାକୁ ୨ ସପ୍ତାହରୁ ବି କମ୍ ସମୟ ଅଛି। ଏଥିରେ ଫିଲ୍ମର ଏକ ବିଗ୍ ପ୍ରି ରିଲିଜ ଇଭେଣ୍ଟ ହେବାକୁ ଯାଉଛି। ଏହି ଇଭେଣ୍ଟ ତିରୁପତିରେ ଅନୁଷ୍ଠିତ ହେବ।
କ୍ରେଜରେ ଫିଲ୍ମ ‘ଆଦିପୁରୁଷ’, ରିଲିଜ୍ ପୂର୍ବରୁ ରୋଜଗାର କଲାଣି ୪୩୨ କୋଟି
ଏଣୁ ଫିଲ୍ମର ପୁରା ଷ୍ଟାରକାଷ୍ଟ ତିରୁପତିରେ ଏକତ୍ର ହେବାକୁ ଯାଉଛନ୍ତି। ତେବେ ଫିଲ୍ମ ରିଲିଜ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଜୁନ ୧୬ ତାରିଖରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ଲାଗି ପ୍ରେକ୍ଷାଳୟରେ ପ୍ରଥମ ସିଟ୍ ପ୍ରଭୁ ହନୁମାନଙ୍କ ନାମରେ ରିଜର୍ଭ ରହିବ। ଅର୍ଥାତ ଦର୍ଶକଙ୍କ ସହ ବଜରଙ୍ଗବଲୀ ମଧ୍ୟ ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ବିରାଜମାନ କରିବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଯେଉଁଠାରେ ବି ଫିଲ୍ମ ରିଲିଜ ହେବ ସେଠାକାର ପ୍ରତ୍ୟେକ ପ୍ରେକ୍ଷାଳୟର ପ୍ରଥମ ସିଟ୍ ଟିକୁ ବଜରଙ୍ଗବଲୀଙ୍କ ନାମରେ ଖାଲି ଛଡାଯିବ।
Team #Adipurush to dedicate one seat in every theater for Lord Hanuman 🚩🙏🏻
— Movies wallah (@Movies_Wallah) June 6, 2023
Jai Shri Ram 🙏 #Adipurush in cinemas worldwide on 16th June! ✨ #AdipurushTrailer2 #AdipurushOnJune16th#AdipurushActionTrailer#AdipurushIn3D #Prabhas #SaifAliKhan #KritiSanon #SunnySingh #OmRaut pic.twitter.com/UcP7Aafks8
ନିର୍ମାତାଙ୍କ କହିବା କଥା ହେଲା କି ଯେଉଁଠିବି ରାମାୟଣର ରଚନା ହୁଏ ସେଠାରେ ସ୍ୱୟଂ ହନୁମାନ ବିରାଜମାନ ହୋଇଥାନ୍ତି। ଏହି ଆସ୍ଥାକୁ ସମ୍ମାନ କରି ପ୍ରତ୍ୟେକ ଥିଏଟରରେ ବଜରଙ୍ଗବଲୀଙ୍କ ଲାଗି ପ୍ରଥମ ସିଟ୍ ଟି ଖାଲି ରହିବ। ରାମଙ୍କ ସବୁଠୁ ବଡ଼ ଭକ୍ତ ସମ୍ମାନ ଦେବା କଥା ଇତିହାସରେ ଶୁଣାଯାଏ। ଏଣୁ ହନୁମାନଙ୍କ ଉପସ୍ଥିତିରେ ଆମେ ସମସ୍ତଙ୍କୁ ଭବ୍ୟତାର ସହିତ ଆଦିପୁରୁଷ ଦେଖାଯିବା ଉଚିତ ବୋଲି ନିର୍ମାତା କହିଛନ୍ତି।
କେରଳ ଷ୍ଟୋରୀ ପରେ ସାମ୍ନାକୁ ଆସିବ ଆତଙ୍କବାଦର କଳା କାହାଣୀ, ‘72 Hoorain’ର ଦମ୍ଦାର ଟିଜର ରିଲିଜ୍
୫୦୦ କୋଟି ଟଙ୍କାର ମୋଟା ବଜେଟରେ ନିର୍ମିତ ଏହି ଫିଲ୍ମକୁ ‘ତନହାଜୀ’ ଫେମ୍ ନିର୍ଦ୍ଦେଶକ ଓମ ରାଉତ ଲେଖିଥିବା ବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଚଳଚିତ୍ରରେ ପ୍ରଭାସ ଭଗବାନ ରାମ ଓ କୃତି ସେନନ୍ ମାତା ସୀତା ଭୂମିକାରେ ଅଭିନୟ କରିତିବାବା ବେଳେ ଅଭିନେତା ଦେବଦତ୍ତ ନାଗ ଫିଲ୍ମରେ ହନୁମାନ ଭୂମିକାରେ ଅଭିନୟ କରିଛନ୍ତି।