କ୍ରେଜରେ ଫିଲ୍ମ ‘ଆଦିପୁରୁଷ’, ରିଲିଜ୍ ପୂର୍ବରୁ ରୋଜଗାର କଲାଣି ୪୩୨ କୋଟି
6/06/2023 at 7:55 AM

ମୁମ୍ବାଇ ୦୬।୦୬: ଓମ୍ ରାଓତଙ୍କ ମେଗା ବଜେଟ୍ ଫିଲ୍ମ ‘ଆଦିପୁରୁଷ’ । ଜୁନ ୧୬ ରେ ପ୍ରେକ୍ଷାଳୟରେ ହେବ ରିଲିଜ୍ । ପ୍ରଭାସ, ସୈଫ୍ ଅଲି ଖାନ, କ୍ରିତି ସାନନ, ସନୀ ସିଂହଙ୍କ ଏହି ଫିଲ୍ମକୁ ନେଇ ଦର୍ଶକ ବେଶ୍ ଉତ୍ସାହିତ । ଟିଜର ଆସିବା ଦିନଠାରୁ ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା । ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେବା ପୂର୍ବରୁ ପ୍ରାୟ ୬୫ ପ୍ରତିଶତ ରୋଜଗାର କରିସାରିଛି । ମୋଟ ୭୦୦ କୋଟି ଟଙ୍କାରେ ନିର୍ମାଣ ହେଉଛି ଏହି ଫିଲ୍ମ ।

ଏକ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିସାରିଲାଣି । ଚଳଚ୍ଚିତ୍ରଟି ୪୩୨ କୋଟି ଟଙ୍କାର ପ୍ରି-କଲେକ୍ସନ୍ କରିଛି । ଅର୍ଥାତ୍ ଫିଲ୍ମଟି ଏହାର ବଜେଟର ପ୍ରାୟ ୬୫ ପ୍ରତିଶତ ରୋଜଗାର କରିସାରିଲାଣି ।

ସୂଚନା ଅନୁଯାୟୀ ଏହି ଫିଲ୍ମଟି ସାଟେଲାଇଟ୍, ମ୍ୟୁଜିକ୍, ଡିଲିଟାଲ୍ ଏବଂ ଅନ୍ୟାନ୍ୟ ଅଧିକାରଗୁଡିକରେ ପ୍ରାୟ ୨୪୭ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହା ବ୍ୟତୀତ୍ ସାଉଥ ବେଲ୍ଟରେ ଏହାର ସର୍ବନିମ୍ନ ଗ୍ୟାରେଣ୍ଟି ଥିଏଟର ରେଭେନ୍ୟୁ ୧୮୫ କୋଟି ଟଙ୍କା ରଖାଯାଇଛି । କାରଣ ସେଠାରେ ପ୍ରଭାସଙ୍କ ଚଳଚ୍ଚିତ୍ର ପାଇଁ କ୍ରେଜ୍ ରହିଛି।

‘ଆଦିପୁରୁଷ’କୁ ମିଳୁଥିବା ପ୍ରତିକ୍ରିୟାକୁ ଦେଖି ବାଣିଜ୍ୟ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ଫିଲ୍ମ ପ୍ରଥମ ଦିନରେ ୧୦୦ କୋଟିରୁ ଅଧିକ ରୋଜଗାର କରିବ ।
You Can Read: