କେରଳ ଷ୍ଟୋରୀ ପରେ ସାମ୍ନାକୁ ଆସିବ ଆତଙ୍କବାଦର କଳା କାହାଣୀ, ‘72 Hoorain’ର ଦମ୍ଦାର ଟିଜର ରିଲିଜ୍
5/06/2023 at 8:12 AM

ମୁମ୍ଵାଇ ୦୫।୦୬: ସାରା ବିଶ୍ୱ ପାଇଁ ଆତଙ୍କବାଦାଦ ଏକ ବଡ ସମସ୍ୟା ପାଲଟିଛି। କେରଳ କାହାଣୀ ପରେ ଏବେ ଆତଙ୍କବାଦ ଉପରେ ଆଧାରିତ ଏକ ଫିଲ୍ମ ବଡ ପରଦାରେ ଆସିବାକୁ ପ୍ରସ୍ତୁତ ଅଛି। ବର୍ତ୍ତମାନ ୭୨ ହୁରେଂର ଟିଜର ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ବୁଝିପାରିବେ ଯେ ଏହି ଚଳଚ୍ଚିତ୍ର ଆତଙ୍କବାଦ ପ୍ରସଙ୍ଗ ଉପରେ ଆଧାରିତ ।
ଏହି ଅପକମିଂ ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦକୁ ଦେଖାଇବ। ଏହି ଆତଙ୍କବାଦୀଙ୍କ ମୁଣ୍ଡରେ ଏମିତି ବିଷ ଭର୍ତ୍ତି କରାଯାଉଛି କି ଏମାନେ ନିର୍ଦ୍ଦୋଷ ଲୋକଙ୍କୁ ଜୀବନରୁ ମାରିଦେବା ପୂର୍ବରୁ ଗୋଟିଏ ଥର ବି ଚିନ୍ତା କରୁ ନାହାନ୍ତି। ଏମିତି କିଛି ରିପୋର୍ଟରେ ଦାବି କରାଯାଇଛି କି ଆତଙ୍କବାଦୀଙ୍କୁ ଟ୍ରେନିଂ ଦେବା ସମୟରେ ସେମାନଙ୍କୁ କୁହାଯାଉଛି କି ମୃତ୍ୟୁ ପରେ ୭୨ ହୁରେଂ ସ୍ବର୍ଗରେ କୁମାରୀ ଝିଅମାନେ ସେମାନଙ୍କ ସେବା ପାଇଁ ହାଜର ହେବେ। ଏହାପରେ ଏହି ଆତଙ୍କବାଦୀମାନେ ମୃତ୍ୟୁ ପରେ ୭୨ ହୁରେଂଙ୍କ ସହ ସମୟ କାଟିବାର ସ୍ବପ୍ନ ଦେଖୁଛନ୍ତି। ସାଧାରଣ ଲୋକଙ୍କୁ ଧର୍ମ ଓ ଆସ୍ଥା ନାମରେ ଆତଙ୍କବାଦୀ ହେବାକୁ ବାଧ୍ୟ କରାଯାଇଥାଏ।
ରାଷ୍ଟ୍ରୀୟ ପୁରସ୍କାର ସଞ୍ଜୟ ପୁରଣ ସିଂ ଡାଇରେକ୍ଟର କରିଛନ୍ତି। ୭୨ ହୁରେଂ ଚଳଚ୍ଚିତ୍ରରେ ଏହା ଦର୍ଶାଯାଇଛି ଯେ ଜିହାଦ ନାମରେ ଆତଙ୍କ ବାଦ କିପରି ବଢୁଛି ତାହା ଦେଖାଯାଇଛି। ଏହି ଆତ୍ମଘାତି ଆକ୍ରମଣକାରୀ ବା ସୁଇସାଇଡ ବମିଂ କରୁଥିବା ବ୍ୟକ୍ତି ବି ଆମଭଳି ସାଧାରଣ ପରିବାରର ବୋଲି କୁହାଯାଇଛି। ପଓ୍ବନ ମଲହୋତ୍ରା ଓ ଅମିର ବଶିରଙ୍କ ଷ୍ଟାରକାଷ୍ଟର ଏହି ଫିଲ୍ମ ୭ ଜୁଲାଇ ୨୦୨୩ରେ ରିଲିଜ ହେବ।
You Can Read: