LIVE TV

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ଙ୍କୁ ଭିସା ଦେବାକୁ ମନା କଲା ତାଲିବାନ, ବଡ଼ କୂଟନୈତିକ ଅପମାନ

NEWS7
loot-case-in-sundergarh-2

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଉଛି । ଏହାରି ଭିତରେ ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନୀ ଅଧିକାରୀମାନଙ୍କୁ ଭିସା ଦେବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛି । ଭିସା ମନା କରାଯାଇଥିବା ଅଧିକାରୀଙ୍କ ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ, ଆଇଏସଆଇ ମୁଖ୍ୟ ଆମୀସ୍ ମାଲିକ ଏବଂ ଅନ୍ୟ ଦୁଇ ଜେନେରାଲ ଅଛନ୍ତି । ଏହି ଅଧିକାରୀମାନେ ଗତ ତିନି ଦିନ ମଧ୍ୟରେ ଆଫଗାନିସ୍ତାନ ଗସ୍ତ ପାଇଁ ଅନେକ ଆବେଦନ କରିଥିଲେ, କିନ୍ତୁ କାବୁଲ ସେମାନଙ୍କ ଆବଦେନକୁ ପ୍ରତ୍ୟାଖ୍ୟାନ କରିଛି ।

ତାଲିବାନ ସରକାରଙ୍କ ମୁଖପାତ୍ର ଜାବିଉଲ୍ଲାହ ମୁଜାହିଦ ଏହି କଥାକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ, ଆଫଗାନ ବାୟୁସୀମା ଉଲ୍ଲଙ୍ଘନ କରିଥିବାରୁ ସେମାନଙ୍କ ପ୍ରତିନିଧିମଣ୍ଡଳକୁ ଅନୁମତି ଦିଆଯାଇନାହିଁ । ସେ କହିଛନ୍ତି ଯେ ଏକ ଉଚ୍ଚସ୍ତରୀୟ ପାକିସ୍ତାନୀ ପ୍ରତିନିଧି ଦଳ ଆଫଗାନସ୍ତାନ ଗସ୍ତ କରିବାକୁ ଚାହୁଁଥିଲେ, କିନ୍ତୁ ବାୟୁସୀମା ଉଲ୍ଲଙ୍ଘନ ଯୋଗୁଁ ସେମାନଙ୍କୁ ଅନୁମତି ଦିଆଯାଇନାହିଁ ।

ଆଫଗାନିସ୍ତାନର ନିଷ୍ପତ୍ତି କେବଳ ଏକ କୂଟନୈତିକ ଅପମାନ ନୁହେଁ । ଏହା ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ଆଫଗାନିସ୍ତାନ, ପାକିସ୍ତାନ ସର୍ତ୍ତରେ ସହିତ ଆଲୋଚନା କରିବ ନାହିଁ । ଏହି ନିଷ୍ପତ୍ତି ଆଫଗାନିସ୍ତାନ ସାର୍ବଭୌମତ୍ୱ ଉଲ୍ଲଂଘନର ପ୍ରତିଶୋଧ ନେବା ପାଇଁ କାବୁଲର ଉଦ୍ଦେଶ୍ୟକୁ ପ୍ରତିବିମ୍ୱିତ କରୁଛି । ବିଶ୍ଳେଷଜ୍ଞଙ୍କ ମତରେ କାବୁଲର ଏଭଳି ନିଷ୍ପତ୍ତି ଦ୍ୱିପାକ୍ଷିକ ସମ୍ପର୍କରେ ଉତ୍ତେଜନା ବୃଦ୍ଧିକୁ ସ୍ପଷ୍ଟ କରୁଛି ।