Pakistan-Afghanistan conflict: ପାକିସ୍ତାନ ଏୟାର ଷ୍ଟ୍ରାଇକ୍‌ରେ ତାଲିବାନ ଶୀର୍ଷ ନେତାହୈବାତୁଲ୍ଲା ଅଖୁନ୍ଦଜାଦାଙ୍କ ମୃତ୍ୟୁ!

NEWS7
loot-case-in-baliguda

କାବୁଲ: ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ଆଫଗାନିସ୍ତାନର ଜବାବୀ ହମଲା ପରେ ଦୁଇ ଦେଶ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର(୨୭ ଫେବୃଆରୀ) ପାକିସ୍ତାନ ଆଫଗାନିସ୍ତାନ ବିରୁଦ୍ଧରେ ଓପନ ୱାର୍(ଖୋଲୁମଖୁଲା ଯୁଦ୍ଧ) ଘୋଷଣା କରିଛି। ତେଣୁ ଦୁଇ ଦେଶ ପକ୍ଷରୁ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି।

ଏହାରି ଭିତରେ ଏକ ଖବର ଭାଇରାଲ ହେଉଛି।ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ କ୍ଲିପରେ ଦାବି କରାଯାଉଛି ଯେ ପାକିସ୍ତାନ ଆଫଗାନିସ୍ତାନ ଭିତରେ କରିଥିବା ଏୟାର ଷ୍ଟ୍ରାଇକରେ ତାଲିବାନର ଶୀର୍ଷ ନେତା ହୈବାତୁଲ୍ଲା ଆଖୁନ୍ଦଜାଦାଙ୍କର ମୃତ୍ୟୁ ହୋଇଛି। ତେବେ ଘଟଣାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ହୈବତୁଲ୍ଲାର ଗଡ଼ ଭାବରେ ପରିଚିତ କାନ୍ଦାହାରରେ ଆଖୁନ୍ଦଜାଦାଙ୍କ ଉପରେ ଆକ୍ରମଣ କରାଯାଇଥିବା କୁହାଯାଉଛି।